ଆରସ୍ମିନ ଜନତା ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନମେଳା, ୧୦୨ ପ୍ରକଳ୍ପ ପ୍ରଦର୍ଶିତ

0 66

ଘୁ. ଉଦୟଗିରି,୩୦/୩: ଘୁ.ଉଦୟଗିରି ବ୍ଲକ ଅଧିନରେ ଥିବା ଗ୍ରେସିଙ୍ଗିଆ ପଞ୍ଚାୟତର ଆରସ୍ମିନ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଏକ ଦିବସୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜମୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ବ୍ଲକର ବିଭିନ୍ନ ୪୭ ଟି ସ୍କୁଲର ୧୦୨ ଜଣ ଛାତ୍ରଛାତ୍ରୀ ନିଜର ପ୍ରକଳ୍ପ ନେଇ ମେଳାରେ ଭାଗ ନେଇଥିଲେ । ଶତାଧିକ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳା ଦେଖିବା ପାଇଁ ଆସିଥିଲେ । ଘୁ.ଉଦୟଗିରି ବ୍ଲକ ନବ ନିର୍ବାଚିତ ଅଧ୍ୟକ୍ଷା ମୁଖ୍ୟଅତିଥି ଭାବରେ ଯୋଗଦେଇ ରିବନ୍‌ କାଟି ଏହି ମେଳା ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଉପାଧ୍ୟକ୍ଷ ଏନ୍‌ ଲକ୍‌, ଜିଲ୍ଲା ପରିଷଦ ଲିଲିମା ପ୍ରଧାନ, ଗ୍ରେଶିଙ୍ଗିଅ ସରପଞ୍ଚ ତ୍ରିଶିଲା ପ୍ରଧାନ, ସମିତିସଭ୍ୟ ପୂର୍ଣ୍ଣିମା ପ୍ରଧାନ, ନାଏବ ସରପଞ୍ଚ ବୁଦ୍ଧଦେବ ପ୍ରଧାନ, ସମେତ ଆରସ୍ମିନ୍‌ ସ୍କୁଲ ଓ ଅନ୍ୟ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିବାବେଳେ ବ୍ଲକର ୪୭ ଗୋଟି ସ୍କୁଲର ୧୦୨ ଜଣ ଛାତ୍ର ଛାତ୍ରୀ ନିଜର ବିଜ୍ଞାନ ଉପକରଣ ସହିତ ଉପସ୍ଥିତ ରହିଥିଲେ । ବିଚାରକର୍ତ୍ତା ଭାବରେ କରଡି ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମିତ୍‌ କୁମାର ତ୍ରିପାଠୀ ଓ କଳିଙ୍ଗ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଲେକଚର୍‌ ଭେଙ୍କଟ ରମଣ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ପିଲାମାନଙ୍କର ପ୍ରକଳ୍ପ ଦେଖି ବିଚାର ବିମର୍ଶର୍ କରିଥିଲେ ଓ କିଏ ଭଲ ପ୍ରଦର୍ଶନ କରିଥିଲେ ତାହା ବାଛିଥିଲେ ଏବଂ ୬ ଗୋଟି ବିଜ୍ଞାନ ପ୍ରକଳ୍ପ ଶ୍ରେଷ୍ଠ ପ୍ରକଳ୍ପ ଭାବରେ ବିବେଚିତ ହୋଇଥିଲା । ଏହି ୬ ଗୋଟି ପ୍ରକଳ୍ପ ଆଗାମୀ ଦିନମାନଙ୍କରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବା ପାଇ ସୁଯୋଗ ପାଇବେ । ଯେହେତୁ କୋରନା ମହାମାରୀ ପରେ ପ୍ରଥମଥର ବ୍ଲକସ୍ତରୀୟ ବିଜ୍ଞାନ ମେଳା ହେଉଥିବା ସକାଶେ ସମସ୍ତ ବିଷୟ ସୁପରିଚାଳନା କରାଯାଇଥିବା ଦେଖିବାକୁ ମିଳିଛି । ଆରସ୍ମୀନ ବିଦ୍ୟାଳୟ ସମେତ ଅନ୍ୟ ସ୍କୁଲ ଗୁଡ଼ିକର ଶିକ୍ଷକ ଶିକ୍ଷୟତ୍ରୀ କଠିନ ପରିଶ୍ରମ କରି ଏହି ବିଜ୍ଞାନ ମେଳାକୁ ସଫଳ କରିଥିବାବେଳେ ଶେଷରେ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଘୁ ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳୀ ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର୍‌ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଏବିଓ ମିହିର କାନ୍ତ ପ୍ରଧାନ,ରଞ୍ଜନ କୁମାର ରାଉତରାୟ,ଉପସ୍ଥିତ ରହିଥିଲେ । ଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ କପ୍‌ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

20 − 11 =