ଭାରତ ଠାରୁ ଅଧିକ ସାହାଯ୍ୟ ଲୋଡ଼ିଲା ଶ୍ରୀଲଙ୍କା

0 55

କଲମ୍ବୋ,୪/୪ : ବର୍ତ୍ତମାନ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି । ଖାଦ୍ୟାଭାବ ଠାରୁ ଆରମ୍ଭ କରି ବିଜୁଳି କାଟ ଲୋକଙ୍କ ଧୈର୍ଯ୍ୟର ବନ୍ଧକୁ ଭାଙ୍ଗିଦେଇଛି । ସ୍ଥିତିକୁ ଦେଖି ଦେଶରେ କର୍ଫ୍ୟୁ ଲାଗୁ ହୋଇଥିଲା । ଆଜି ସକାଳୁ କର୍ଫ୍ୟୁ ଉଠିବା ମାତ୍ରେ ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସେମାନେ ପୋଡାଜଳା ଆରମ୍ଭ କରିଦେଇଛନ୍ତି । ଏସବୁ ଭିତରେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ବିରୋଧୀ ଦଳଗୁଡିକୁ ସରକାରରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି । ରବିବାର ଶ୍ରୀଲଙ୍କାର ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ । କେବଳ ରାଷ୍ଟ୍ରପତି ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇନାହାନ୍ତି । କ୍ୟାବିନେଟ ସଦସ୍ୟ ଇସ୍ତଫା ଦେଇଥିବାରୁ ଆଜି ରାଷ୍ଟ୍ରପତି ରାଜପକ୍ଷ ବିରୋଧୀଙ୍କୁ ସରକାରରେ ସାମିଲ ହୋଇ ମନ୍ତ୍ରୀ ପଦ ଗ୍ରହଣ କରିବାକୁ କହିଛନ୍ତି । ଦେଶର ଏଭଳି ଆର୍ଥିକ ସଙ୍କଟ ଓ ଅଭାବ ସ୍ଥିତିରେ ଭାରତ ନିଜ ଆଡୁ ସାହାୟତାର ହାତ ବଢାଇଛି । ତେବେ ଶ୍ରୀଲଙ୍କା ପାଇଁ ପର୍ଯ୍ୟାପ୍ତ ସାହାଯ୍ୟ ଦରକାର । ଯେତେ ଅଧିକ ସମ୍ଭବ ସାହାଯ୍ୟ କରିବା ପାଇଁ ଶ୍ରୀଲଙ୍କାର ବିରୋଧୀ ଦଳର ନେତା ସଜିତ ପ୍ରେମଦାସା ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀଲଙ୍କାରେ ପୂର୍ବରୁ କେବେ ଏତେ ଉତ୍କଟ ଆର୍ଥିକ ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା । ଦେଶର ବୈଦେଶିକ ମୁଦ୍ରା ରିଜର୍ଭ ନିଃଶେଷ ହୋଇ ଆସୁଥିବା ବେଳେ ଖାଦ୍ୟ ଓ ଇନ୍ଧନର ଘୋର ଅଭାବ ଦେଖା ଦେଇଛି ।

hiranchal ad1
Leave A Reply

Your email address will not be published.

six + nine =