ଆଶା-ଆଶଙ୍କାରେ ଇମ୍ରାନ : ଆସନ୍ତାକାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ

0 41

ଇସଲାମାବାଦ,୫/୪ : ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଂସଦ ଭଙ୍ଗ ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଦେବାର ଥିଲା । ତେଣୁ ଆଜି ସମସ୍ତଙ୍କର ନଜର ଥିଲା କୋର୍ଟ ଉପରେ । କିନ୍ତୁ କୋର୍ଟ ସମସ୍ତଙ୍କୁ ନିରାଶ କରିଛନ୍ତି ଏବଂ ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି । ବର୍ତ୍ତମାନ ଘଟଣା ଯେଭଳି ମୋଡ଼ ନେଉଛି,ସେଥିରୁ ଆଗକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ସମସ୍ୟା ବଢିପାରେ । ଇତିମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଟ ଘଟଣା ସମ୍ନାକୁ ଆସିଛି । ଦୁର୍ନୀତି ମାମଲାରେ ଗିରଫ ହେବା ଭୟରେ ଇମ୍ରାନଙ୍କ ପତ୍ନୀ ଦେଶ ଛାଡ଼ି ଦୁବାଇ ପଳାଇଛନ୍ତି । ସେପଟେ ନିର୍ବାଚନ ଆଜି ଯେଉଁ ବିବୃତି ଦେଇଛନ୍ଥି,ତାହା ସ୍ଥିତିକୁ ଆହୁରି ଜଟିଳ କରିପାରେ । ପାକିସ୍ତାନର ନିର୍ବାଚନ କମିଶନ ଆଗାମୀ ତିନି ମାସ ମଧ୍ୟରେ ସାଧାରଣ ନିର୍ବାଚନ କରିବାକୁ ଅସମର୍ଥତା ପ୍ରକାଶ କରିଛନ୍ତି । ଅନେକ ଆଇନଗତ ବାଧା ହେତୁ ଆସନ୍ତା ତିନିମାସ ମଧ୍ୟରେ ସାଧାରଣ ନିର୍ବାଚନ ହୋଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଯଦି ପାକିସ୍ତାନରେ ସବୁ କିଛି ଠିକ୍‌ ରହିଥାନ୍ତା ତେବେ ଆଗଷ୍ଟ ୨୦୨୩ରେ ଏଠାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତା । କିନ୍ତୁ ରଜନୈତିକ ସଙ୍କଟ ହେତୁ ଦେଢ ବର୍ଷ ପୂବରୁ ଏଠାରେ ଗୃହ ଭଙ୍ଗ ହୋଇଯାଇଛି । ଇମ୍ରାନ ଖାନ ବିରୋଧୀ ଦଳକୁ ଟାର୍ଗେଟ୍‌ କରି କହୁଛନ୍ତି, ‘ଆମେ ତାଙ୍କୁ ନିର୍ବାଚନରେ ଲଢିବାକୁ କହିଲୁ,କିନ୍ତୁ ସେମାନେ ସୁପ୍ରିମକୋର୍ଟରେ ପହଞ୍ଚିଗଲେ ।’ ହେଲେ ଏବେ କିନ୍ତୁ ଇମ୍ରାନଙ୍କ ପୁନଃ ନିର୍ବାଚନ ଯୋଜନା ଫେଲ୍‌ ମାରିବାକୁ ଯାଉଥିବା ମନେହେଉଛି । ନିର୍ବାଚନ ଆୟୋଗ କହିଛନ୍ତି ଯେ ଏତେ କମ ସମୟ ମଧ୍ୟରେ ନିର୍ବାଚନ କରିବା କଷ୍ଟକର । ଏଥିରେ କେବଳ ସାମ୍ବିଧାନିକ ବାଧା ବିଘ୍ନ ନୁହେଁ ବରଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି । ପୁନଃ ନିର୍ବାଚନ କରିବାକୁ ଅତି କମରେ ୬ ମାସ ସମୟ ଲାଗିବ । ଏହା ସହିତ ଭୋଟର ତାଲିକାକୁ ମଧ୍ୟ ଅପଡେଟ୍‌ କରିବାକୁ ପଡିବ । ଏଭଳି ସ୍ଥିତିରେ, ଏହି ସମ୍ପୂର୍ଣ୍ଣ କାମ ଶେଷ କରିବାକୁ ଅତିକମରେ ତିନି ମାସ ସମୟ ଲାଗିଯିବ । ଅଧିକାରୀ ଆହୁରି କହିଛନ୍ତି ‘ଏତେ ଶୀଘ୍ର ନିର୍ବାଚନ ସାମଗ୍ରୀ କିଣିବା, ବାଲାଟ ପେପର ବ୍ୟବସ୍ଥା ଏବଂ ମତଦାନ କର୍ମଚାରୀଙ୍କ ନିଯୁକ୍ତି ତଥା ତାଲିମ ଇତ୍ୟାଦିରେ ଅନେକ ଚ୍ୟାଲେଞ୍ଜ ରହିଛି । ସେ କହିଛନ୍ତି ଯେ ଆଇନ ଅନୁଯାୟୀ ୱାଟର ମାର୍କ ବାଲାଟ ପେପର ବ୍ୟବହାର କରାଯିବା ଉଚିତ ଯାହା ଦେଶରେ ଏବେ ଉପଲବ୍ଧ ନାହିଁ । ଏହାକୁ ବାହାରୁ ଆଣିବାକୁ ପଡିବ । ନିର୍ବାଚନ ଆଇନର ଧାରା ୧୪ ଅନୁଯାୟୀ ନିର୍ବାଚନ ଆୟୋଗକୁ ନିର୍ବାଚନର ଚାରିମାସ ପୂର୍ବରୁ ନିର୍ବାଚନ ଯୋଜନା ଘୋଷଣା କରିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

five × 4 =