ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର

0 49

କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିଥି ଦିନକୁ ଦିନ ଆହଉରି ଖରାପ ହେଉଛି । ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି । ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । ସେମାନେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ମେଣ୍ଟ ସରକାରରୁ ଓହରି ଯାଇଛନ୍ତି । ଫଳରେ ରାଜପକ୍ଷ ସରକାର ଏବେ ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି । ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା ୪୧ ଜଣ ସାଂସଦ ଆଜି ମେଣ୍ଟରୁ ଓହରି ଯାଇଛନ୍ତି । ସେମାନେ ସମସ୍ତେ ସାଧାରଣ ଲୋକଙ୍କ ଭଳି ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି । ଏଥିପାଇଁ ଉଭୟ ନିଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ୪୧ ଜଣ ସାଂସଦ ସରକାରଙ୍କ ହାତ ଛାଡି ଦେଇଛନ୍ତି । ସୋମବାର ଦେଶର ଅର୍ଥମନ୍ତ୍ରୀ ଭାବେ ଶପଥ ନେଇଥିବା ଅଲୀ ସବରୟ ଆଜି ନିଜ ପଦରୁ ଇସ୍ତଫା ଦେବା ପରେ ନୂଆ ଟ୍ୱିଷ୍ଟ ଆସିଛି । ରାଜପକ୍ଷ ସୋମବାର ସରବୟଙ୍କ ବ୍ୟତୀତ ଆଉ ୩ ଜଣଙ୍କୁ ଶ୍ରୀଲଙ୍କାର କ୍ୟାବିନେଟ ମନ୍ତ୍ରୀ କରିଥିଲେ । ହେଲେ ସେମାନଙ୍କ ମଧ୍ୟରୁ ସରବୟ ଆଜି ଇସ୍ତଫା ଦେଇ ରାଜପକ୍ଷଙ୍କୁ ଝଟକା ଦେଇଛନ୍ତି । ଶ୍ରୀଲଙ୍କାରେ ଏବେ ଲୋକଙ୍କୁ ଠିକ ଭାବେ ଖାଦ୍ୟ ମିଳୁନାହିଁ । ଡିଜେଲ ଅଭାବରୁ କଳକାରଖାନା ଓ ଗାଡି ମୋଟର ବନ୍ଦ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

fifteen + eight =