ଏହି ରାଜ୍ୟରେ ମିଳିବ ୧୫ ଟଙ୍କାରେ ମିଲ, ୫ ଟଙ୍କାରେ ଟିଫିନ

0 98

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ଘୋଷଣା କରିଛନ୍ତି  । ସାରା ରାଜ୍ୟରେ ଅନ୍ନପୂର୍ଣ୍ଣ କ୍ୟାଣ୍ଟିନ ଚାଲିବା ନେଇ ଘୋଷଣା କରାଯାଇଛି  । ଏହି ଯୋଜନାରେ ୧୫ ଟଙ୍କାରେ ମିଲ ଓ ୫ ଟଙ୍କାରେ ଟିଫିନ ମିଳିପାରିବ  ।ଏହି କ୍ୟାଣ୍ଟିନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ  । ଏନେଇ ଜାଗା ନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି  । ଏହାକୁ ଏକ ଏଜେନ୍ସୀ ଜରିଆରେ ପରିଚାଳନା କରାଯିବ  । ଏହାର ଗୁଣାତ୍ମକ ମାନ ନିୟମିତ ଯାଞ୍ଚ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି  ।ସୂଚନାଯୋଗ୍ୟଯେ, ଗତ ବିଧାନସଭା ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ପକ୍ଷରୁ ‘ସମାଜବାଦୀ ଥାଳି’ ଯୋଜନା କରାଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଥିଲା  । ଏହାର ଜବାବରେ ବିଜେପି ପକ୍ଷରୁ ଅନ୍ନପୂର୍ଣ୍ଣ ଥାଳି ଯୋଜନା କରାଯିବ ବୋଲି କୁହାଯାଇଥିଲା  । ତେବେ ସପା ମୁଖ୍ୟ ଅଖିଳେଶ ଯାଦବ ୧୦ ଟଙ୍କାରେ ଥାଳି ଦିଆଯିବ ବୋଲି କହିଥିବାବେଳେ ଯୋଗୀ ସରକାର ୧୫ ଟଙ୍କାରେ ଥାଳି ଯୋଗାଣ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି  ।ତେଲେଙ୍ଗାନା, ତାମିଲନାଡ଼ୁ ଭଳି ଦକ୍ଷିଣ ଭାରତୀୟ ରାଜ୍ୟରେ ଏହି ଯୋଜନା ଚାଲିଥିବାବେଳେ ଓଡ଼ିଶାରେ ମଧ୍ୟ ଆହାର ଯୋଜନାରେ ମାତ୍ର ୫ ଟଙ୍କାର ଭାତ ଡାଲମା ଦିଆଯାଉଛି  ।

hiranchal ad1
Leave A Reply

Your email address will not be published.

2 × three =