ପରୀକ୍ଷାର୍ଥୀଙ୍କ ପୁଷ୍ପା କ୍ରେଜ୍‌, ପରୀକ୍ଷା ଖାତାରେ ଲେଖିଲେ ଏମିତି

0 115

ନୂଆଦିଲ୍ଲୀ : ‘ପୁଷ୍ପା : ଦ ରାଇଜ’ ସିନେମାର କ୍ରେଜ ସାରା ଦେଶରେ ବଢ଼ିବାରେ ଲାଗିଛି  । ଇନଷ୍ଟାଗ୍ରାମ ହେଉକି ସର୍ଟ ଭିଡ଼ିଓରେ ପୁଷ୍କାର ଡାଇଲଗ ଓ ଗୀତ ଭାଇରାଲ ହୋଇଛି  । ଏମିତିକି କିଛି ଚୋରମାନେ ଏବେ ପୁଷ୍ପା ଷ୍ଟାଇଲରେ ଚୋର କାରବାର କରୁଥିବା ବି ଦେଖିବାକୁ ମିଳୁଛି  । ଏସବୁ ଚର୍ଚ୍ଚା ଭିତରେ ଏବେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି  । ପରୀକ୍ଷା ଖାତାରେ ଦଶମ ଶ୍ରେଣୀ ଛାତ୍ରଜଣଙ୍କ ପୁଷ୍କା, ପୁଷ୍ପାରାଜ, ଆପୁନ ଲିଖେଗା ନାହିଁ  । ଯେଉଁ ପରୀକ୍ଷା ଖାତାଟି ଏବେ ଭାଇରାଲ ହୋଇଛି  ।ପଶ୍ଚିମବଙ୍ଗର ଜଣେ ଛାତ୍ର ଏଭଳି ଲେଖିଥିବା ଜାଣିବାକୁ ମିଳିଛି  । ଛାତ୍ର ଜଣଙ୍କ ନାମ କିନ୍ତୁ ଏଯାବତ ଜଣାପଡ଼ିନାହିଁ  । ତେବେ ତାହାର ଉତ୍ତର ଖାତା ଶିକ୍ଷକଙ୍କ ଜରିଆରେ ଭାଇରାଲ ହୋଇଥିବା କୁହାଯାଉଛି  ।ସୂଚନାଯୋଗ୍ୟଯେ, ଆଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା : ଦ ରାଇଜ ସିନେମା ସାରା ଭାରତରେ ବେଶ ଚର୍ଚ୍ଚା ସୃଷ୍ଟିକରିଛି  । ଏମିତିକି ବିଦେଶରେ ବି ଏହାକୁ ନେଇ ଚର୍ଚ୍ଚା ଚାଲିଛି  । ବିଶେଷକରି ଆଲୁ ଅର୍ଜୁନଙ୍କ ଡ୍ୟାନ୍ସ ବେଶୀ ଭାଇରାଲ ହେବାରେ ଲାଗିଛି  ।

hiranchal ad1
Leave A Reply

Your email address will not be published.

thirteen + seven =