ମୁମ୍ବାଇ : ଆଇପିଏଲ-୨୦୨୨ ସିଜିନର ପ୍ରଥମ ବିଜୟ ଲାଭ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଗତକାଲି ଆଇପିଏଲର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସିଏସକେ ଏହି ବିଜୟ ହାସଲ କରିଛି । ଏଥି ସହିତ ଦଳ ପଏଣ୍ଟ ଟେବୁଲ ନିଜର ଖାତା ଖୋଲିଛି । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର ଶିବମ ଦୁବେ ଓ ରବିନ ଉତ୍ଥାପା ଧୁଆଁଧାର ଇନିଂସ ଖେଳିଥିଲେ । ଉତଥାପା ଆଉଟ ହୋଇଯାଇଥିବା ବେଳେ ଶିବମ ଦୁବେ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୯୫ ରନର ଏକ ଇଂନିସ ଖେଳିଥିଲେ । ତାଙ୍କ ଇନିଂସ ବଳରେ ସିଏସକେ ବିଶାଳ ସ୍କୋର କରିବାକୁ ସକ୍ଷମ ହୋଇଥିଲା । ବିଜୟ ପରେ ଦୁବେ କହିଛନ୍ତି ଟିମ ବିଜୟରେ ମୋର ଯୋଗଦାନ ଥିବାରୁ ମୁଁ ଖୁସି । ମୁଁ ମୋର ବେସିକ ଉପରେ ସବୁବେଳେ ଧ୍ୟାନ ଦେବା ସହିତ ସିନିୟର ଖେଳାଳିଙ୍କ ସହ ଆଲୋଚନା କରିଥିଲି । ମାହୀ ଭାଇ ମୋତେ ବହୁତ ସାହାଯ୍ୟ କରିଛନ୍ତି ବୋଲି ସେ କହିଥିଲେ । ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବ୍ୟାଟିଂ ସହ ତାଙ୍କ ବ୍ୟାଟିଂକୁ ତୁଳନା କରାଯିବାରୁ ସେ କହିଥିଲେ ମୁଁ ସବୁବେଳେ ମୋର ବେସିକ ଉପରେ ଧ୍ୟାନ ଦିଏ । ଯୁବରାଜ ପାଜି ଜଣେ ଉଚ୍ଚକୋଟୀର ଖେଳାଳି ହୋଇଥିବାରୁ ସେ ସବୁ ଯୁବ ଖେଳାଳିଙ୍କ ଆଦର୍ଶ ବୋଲି କହିଥିଲେ । ଗତକାଲି ମ୍ୟାଚରେ ତାଙ୍କର ଭଲ ବ୍ୟାଟିଂ ଯୋଗୁଂ ମ୍ୟାନ୍ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା । ଏହାକୁ ସେ ତାଙ୍କ ପିତାଙ୍କୁ ଉତ୍ସର୍ଗ କରିଛନ୍ତି ।