ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୁଖ୍ୟ

0 68

ନୂଆଦିଲ୍ଲୀ: ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ପାଣ୍ଡେ ଦେଶର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହ ପ୍ରଥମ ଥର ଲାଗି ଜଣେ ସେନା ଇଂଜିନୟରଙ୍କୁ ସ୍ଥଳବାହିନୀର ମୁଖ୍ୟ ଭାବେ ଚୟନ କରାଯାଇଛି । ଏପ୍ରିଲ ୩୦ରେ ସେନାମୁଖ୍ୟ ଜେନେରାଲ୍‌ ମୁକୁନ୍ଦ ନରଭାଣେଙ୍କର କାର୍ଯ୍ୟକାଳ ଶେଷ ହେଉଛି । ସେ ୨୮ମାସ ଧରି ଦେଶର ସ୍ଥଳସେନା ମୁଖ୍ୟ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରୁଛନ୍ତି । ସୋମବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି କି ସରକାର ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ପାଣ୍ଡେଙ୍କୁ ସ୍ଥଳସେନା ମୁଖ୍ୟଭାବେ ନିଯୁକ୍ତ କରିଛନ୍ତି । ନ୍ୟାସନାଲ ଲେବଲ୍‌ ଡିଫେନ୍ସ ଏକାଡେମିର ପ୍ରାକ୍ତନ କ୍ୟାଡେଟ୍‌ ମନୋଜ ପାଣ୍ଡେ ୧୯୮୨ ଡିସେମ୍ବରରେ ସ୍ଥଳସେନାର ଇଂଜିନିୟର୍ସ କର୍ପସରେ ଯୋଗଦାନ କରିଥିଲେ । ଜମ୍ମୁ ଓ କଶ୍ମୀରର ନିୟନ୍ତ୍ରଣ ରେଖା ଅନ୍ତର୍ଗତ ପଲାନୱାଲା ସେକ୍ଟରରେ ଚାଲିଥିବା ‘ଅପରେସନ୍‌ ପରାକ୍ରମ’ରେ ସେ ଏକ ଇଂଜିନିୟର ରେଜିମେଣ୍ଟର କମାଣ୍ଡର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ । ୨୦୦୧ ଡିସେମ୍ବରରେ ପାର୍ଲାମେଣ୍ଟ ଭବନରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ଅପରେସନ୍‌ ଆରମ୍ଭ ହୋଇଥିଲା । ପାକିସ୍ତାନ ସହ ଯୁଦ୍ଧ ଭଳି ସ୍ଥିତି ଉପୁଜିବାରୁ ଦେଶର ପଶ୍ଚିମ ସୀମାନ୍ତକୁ ବହୁ ସଂଖ୍ୟାରେ ଯୁଦ୍ଧାସ୍ତ୍ର ଓ ସୈନିକଙ୍କୁ ପଠାଯାଇଥିଲା । ନିଜର ୩୯ ବର୍ଷର ସାମରିକ କ୍ୟାରିୟର ମଧ୍ୟରେ ଲେପ୍ଟନାଣ୍ଟ ଜେନେରାଲ୍‌ ମନୋଜ ପାଣ୍ଡେ ପଶ୍ଚିମ ସୀମାନ୍ତରେ ଏକ ଇଂଜିନିୟର ବ୍ରିଗେଡ୍‌, ନିୟନ୍ତ୍ରଣ ରେଖାରେ ପଦାତିକ ବ୍ରିଗେଡ୍‌, ଲଦାଖ ସେକ୍ଟରରେ ଏକ ପାର୍ବତ୍ୟ ବ୍ରିଗେଡର କାର୍ଯ୍ୟଭାର ସମ୍ଭାଳିଥିଲେ ।

hiranchal ad1
Leave A Reply

Your email address will not be published.

one − one =