୭୦୦ ପର୍ବତାରୋହୀଙ୍କୁ ମିଳିଲା ଏଭେରେଷ୍ଟ ଆରୋହଣ ଅନୁମତି

0 51

ନୂଆଦିଲ୍ଲୀ: ହିମାଳୟର ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ବିଶ୍ୱର ୭୦ଟି ଦେଶର ୭୦୦ରୁ ଅଧିକ ପର୍ବତାରୋହୀଙ୍କୁ ଅନୁମତି ମିଳିଛି । ମଙ୍ଗଳବାର ନେପାଳ ସରକାର ୭୦ଟି ଦେଶର ୧୫୫ ଜଣ ମହିଳାଙ୍କ ସମେତ ୭୪୦ ଜଣ ପର୍ବତାରୋହୀଙ୍କୁ ଅନୁମତି ଦେଇଛନ୍ତି, ଯେଉଁଥିରେ ସର୍ବାଧିକ ସଂଖ୍ୟକ ଆବେଦନକାରୀ ଆମେରିକାରୁ ଆସିଛନ୍ତି । ନେପାଳର ପର୍ଯ୍ୟଟନ ବିଭାଗ କହିଛି ଯେ ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ପର୍ବତାରୋହୀ ବ୍ରିଟେନର ଏବଂ ତା’ପରେ ତୃତୀୟରେ ଭାରତରୁ ୫୫ ଜଣ ଅଛନ୍ତି । ଏ ସଂପର୍କରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ଛଅଟି ମହାଦେଶର ୫୮୫ ପୁରୁଷ ଏବଂ ୧୫୫ ଜଣ ମହିଳା ୮,୮୪୮ ମିଟର ଉଚ୍ଚତାର ମାଉଣ୍ଟ ଏଭରେଷ୍ଟ ସମେତ ନେପାଳୀ ଶିଖର ଆରୋହଣ କରିବାକୁ ଅନୁମତି ହାସଲ କରିଛନ୍ତି । ରୁଷର ୨୫ ଜଣ ପର୍ବତାରୋହୀ ଏବଂ ୟୁକ୍‌ରେନର ଜଣେ ପର୍ବତାରୋହୀ ପାଇଁ ଅନୁମତି ମଧ୍ୟ ପାଇଛନ୍ତି । ସର୍ବାଧିକ ସଂଖ୍ୟକ ପର୍ବତାରୋହୀ ଆମେରିକାର । ଆମେରିକାର ମୋଟ ୧୧୭ ଜଣ ପର୍ବତାରୋହୀଙ୍କ ମଧ୍ୟରୁ ୯୪ ଜଣ ପୁରୁଷ ଏବଂ ୨୩ ଜଣ ମହିଳା ଅଛନ୍ତି । ସେହିପରି ଚୀନ୍‌ର ୧୭ ଜଣ ପର୍ବତାରୋହୀ ଅଛନ୍ତି । ମାଉଣ୍ଟ ଏଭରେଷ୍ଟ ସମେତ ୨୧ଟି ଗିରିଶୃଙ୍ଗ ଆରୋହଣ କରିବାକୁ ଅନୁମତି ପାଇଥିବା ପର୍ବତାରୋହୀମାନଙ୍କ ଠାରୁ ସରକାର ୩୯୫ ନିୟୁତରୁ ଅଧିକ ରୟାଲିଟି ସଂଗ୍ରହ କରିଛନ୍ତି ।

hiranchal ad1
Leave A Reply

Your email address will not be published.

15 − eight =