କମାଲ କଲେ ଭାରତୀୟ ଇଞ୍ଜିନିୟର : ମାତ୍ର ୨୬ ଦିନରେ ନିର୍ମାଣ କଲେ ୧ କି.ମି.ର ସୁଡଙ୍ଗ

0 166

ନୂଆଦିଲ୍ଲୀ,୨୦/୪: ଭାରତୀୟ ଇଞ୍ଜିନିୟରମାନଙ୍କ ଦକ୍ଷତା କିଛି କମ ନୁହେଁ । ବିଭିନ୍ନ କ୍ଷେତ୍ରରେ ସେମାନେ ସେମାନଙ୍କର ଦକ୍ଷତାର ପ୍ରମାଣ ଦେଇ ପ୍ରଶଂସିତ ହୋଇଛନ୍ତି । ଏବେ ସେମାନଙ୍କର ଆଉ ଏକ କମାଲ ଦେଖିବାକୁ ମିଳିଛି । ସେମାନେ ମାତ୍ର ୨୬ ଦିନରେ ଏକ ସୁଡ଼କ ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଦେଶର ସବୁଠୁ ବଡ଼ ଇଞ୍ଜିନିୟର କମ୍ପାନୀ ଲାର୍ସନ ଆଣ୍ଡ ଟୁବ୍‌ରୋ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । କମ୍ପାନୀର ଇଞ୍ଜିନିୟରମାନେ କେବଳ ୨୬ ଦିନରେ ପାହାଡକୁ ଚିରି ଏକ କିଲୋମିଟରରୁ ଅଧିକ ଲମ୍ୱା ସୁଡଙ୍ଗ ନିର୍ମାଣ କରିଛନ୍ତି । ଏହି ସୁଡଙ୍ଗ ଉତ୍ତରାଖଣ୍ଡର ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳ ମାର୍ଗରେ ତିଆରି କରାଯାଇଛି । ଋଷିକେଶ-କର୍ଣ୍ଣ ପ୍ରୟାଗ ରେଳ ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେବ ୧୬,୨୧୬ କୋଟି ଟଙ୍କା । ଏହି ରେଳ ପ୍ରୋଜେକ୍ଟ ଅଧିନରେ ଶିବପୁରୀରୁ ବ୍ୟାସୀ ମଧ୍ୟରେ ଏକ କିଲୋମିଟର ସୁଡଙ୍ଗକୁ କେବଳ ୨୬ ଦିନ ମଧ୍ୟରେ ତିଆରି କରାଯାଇଛି । ଏହା ଏକ ନୂଆ କୀର୍ତ୍ତିମାନ । ଏହି ବଡ଼ ଉପଲବ୍ଧି ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ରେଳ ବିକାଶ ନିଗମ ଏବଂ ଏଲ ଆଣ୍ଡ ଟି’କୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 + thirteen =