ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

0 66

ଭୁବନେଶ୍ୱର:  ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ । କଟକ ମେୟର ହେବା ପରେ ସାଂସଦ ପଦରୁ ଦେଲେ ଇସ୍ତଫା । କହିଲେ, ମୁଁ ଗୋଟିଏ ପଦବୀରେ ରହି କାମ କରିବି । କଟକର ମେୟର ଭାବରେ ରହି କାମ କରିବି । ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି ।

hiring

ଭାରତବର୍ଷରେ କିଭଳି ନଦୀ ଏବଂ ଜଙ୍ଗଲ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାରେ ଲାଗିଛି ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିଛି । ଯାହା ଏବେ ଆଇନଗତ ଦିଗକୁ ଯାଉଛି ।

 ସୁବାସ ସିଂହ ୨ ବର୍ଷରୁ ଅଧିକ ସମୟ ହେବ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏପ୍ରିଲ ୨, ୨୦୨୦ରେ ସାଂସଦ ଭାବେ ଦାୟିତ୍ୱ ନେଇଥିଲେ । ଏବେ ସେ କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ଯାହାପରେ ସେ ରାଜ୍ୟସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

hiranchal ad1
Leave A Reply

Your email address will not be published.

seventeen − sixteen =