ବ୍ରିଟିଶ ପିଏମ୍‌ କହିଲେ ମୋତେ ସଚିନ ଓ ଅମିତାଭଙ୍କ ଭଳି ଅନୁଭବ ହେଉଛି

0 74

ନୂଆଦିଲ୍ଲୀ : ବ୍ରିଟିଶ ପ୍ରଧାନମନନ୍ତ୍ରୀ ବୋରିସ୍‌ ଜନସନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ବେଳେ ଭାରତରେ ତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ କରାଯାଉଛି, ସେଥିରେ ସେ ଖୁସି ପ୍ରକାଶ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟ ସାକ୍ଷାତ ହେବା ପରେ ସେ ଏହି କଥା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ଏକ ବିଶାଳ ସ୍ୱାଗତକୁ ଦେଖି ତାଙ୍କୁ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରି ଅନୁଭବ ହେଉଛି । ଉଲ୍ଲେଖଯୋଗ୍ୟ ଯେ, ଭାରତ ଗସ୍ତରେ ଆସିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଶୁକ୍ରବାର ଦିନ ରାଜଧାନୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ଭାରତରେ ସେ ଯିବାକୁ ଥିବା ବିଭିନ୍ନ ରାସ୍ତାରେ ଭାରତ-ବ୍ରିଟିଶର ସଂପର୍କକୁ ନେଇ ବଡ ବଡ ହୋର୍ଡିଂ ଲଗାଯାଇଛି । ସେହିପରି ଗୁଜୁରାଟୀମାନେ ତାଙ୍କୁ ହାତ ହଲାଇ ସ୍ୱାଗତ କରିବା ସହ ବଡ ବଡ ହୋର୍ଡିଂ ଜରିଆରେ ୱେଲକମ୍‌ ଟୁ ଇଣ୍ଡିଆ ଆଦି ଲେଖାଯାଇ ତାଙ୍କୁ ସ୍ୱାଗତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

nine − 3 =