ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ସମୟରେ ବୋରିସ୍ ଜନସନ ଭାରତର ପ୍ରଗତିକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଭାରତ ଆଜି ଦୁନିଆର ଫାର୍ମାସିରେ ପରିଣତ ହୋଇଛି ଏବଂ ମୋ ବାହୁରେ ଲାଗିଥିବା କରୋନା ଟିକା ମଧ୍ୟ ଏଠାରୁ ଆସିଛି । ଏହା ମୋତେ ସୁସ୍ଥ କରିଛି ଓ ମୁଁ ଭାରତକୁ ଧନ୍ୟବାଦ ଦେଉଛି । ବାସ୍ତବରେ, ଭାରତରେ ତିଆରି ହେଉଥିବା କୋଭିଶିଲ୍ଡ ଟିକା ବ୍ରିଟେନରେ ଆଷ୍ଟ୍ରାଜେନେକା ଟିକା ଭାବେ ନାମିତ ହୋଇଥିବାବେଳେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଛି । ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ଏହି ଟିକାର ଗବେଷଣା କରାଯାଇଥିବାରୁ ବ୍ରିଟେନରେ ଆଷ୍ଟ୍ରାଜେନେକା ଟିକା ଭାବେ ନାମିତ କରାଯାଇଛି । ଏହି ଅବସରରେ ବୋରିସ୍ ଜନସନ କହିଛନ୍ତି ଯେ ମୋଦୀ ହେଉଛନ୍ତି ମୋର ଖାସ ଦୋସ୍ତ । ସେ କହିଛନ୍ତି ଯେ ଆଜିର ସମୟରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।