ପୁରୀ : ପୁରୀ ଜିଲ୍ଲା ଗୋପରେ ଟେଣ୍ଟ ମାଲିକଙ୍କୁ ହତ୍ୟା । ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଡିଜେ ଗାଡି ଟେଣ୍ଟ କପଡା ଚିରିବା ପରେ ହୋଇଥିଲା ବଚସା । ଡିଜେ ଗାଡ଼ି ରୋକିବାବାରୁ ଟେଣ୍ଟ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଡାକ୍ତରଖାନାରେ ଟେଣ୍ଟ ମାଲଳ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁରୀଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବାଳିକନ୍ଦଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଡିଜେ ଗାଡିରେ ଟେଣ୍ଟ କପଡା ଲାଗି ଚିରୀଯିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଫଳରେ ଏହାକୁ ନେଇ ଉଭୟ ପକ୍ଷରେ ଗଣ୍ଡଗୋଳ ଘଟି ଡିଜେ ଗାଡିର କର୍ମଚାରୀ ଟେଣ୍ଟ ମାଲିକକୁ ହାଣି ଫେରାର ହୋଇଯାଇଥିବା ଅଭଯୋଗ ହୋଇଛି ।
ସୂଚନା ଅନୁସାରେ ଗତକାଲି ରାତିରେ ନିମାପଡା ଅଂଚଳର ବର ଓ ବରଯାତ୍ରୀ ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମର ଭାଗି ସହୁଙ୍କ କନ୍ୟାକୁ ବିବାହ କରିବାକୁ ରୋଷଣୀ କରି ଫେରୁଥିବା ବେଳେ, ଡିଜେ ଗାଡିଟି ସେହିଗ୍ରାମର ଅନ୍ୟ ଏକ ବିବାହ ପାଇଁ ସାଜସଜା ହୋଇଥିବା ଟେଣ୍ଟ କପଡାକୁ ଚିରି ଦେଇ ପଳେଇ ଯାଉଥିବା ସମୟେ ଗୋପ ବ୍ଲକ ଏରବଙ୍ଗ ଗ୍ରାମର ଟେଣ୍ଟ ମାଲିକ ପପୁ ଓରଫ କାଳନ୍ଦୀ ପ୍ରଧାନ ଏକୁଟିଆ ଯାଇ ବାଲିକନ୍ଦଳ ଗାଁରେ ଡିଜେ ଗାଡିଟିକୁ ଅଟକାଇଥିଲା । ଏହ ିଘାଟଣାକୁ ନେଇ ପାଟିତୁଣ୍ଡ ହେବା ଫଳରେ ଡିଜେ ଗାଡ଼ିରେ ଥିବା କର୍ମଚାରୀମାନେ ପପୁକୁ ହାଣି ରାସ୍ତାରେ ଫିଙ୍ଗି ଗାଡ଼ି ସହିତ ପଳାଇଯାଇଛନ୍ତି । ପରେ ଖବର ପାଇ ରକ୍ତ ଜୁଡୁ ଗୁରୁତର ଅବସ୍ଥାରେ ପଡ଼ିଥିବା ପପୁକୁ ଗାଁ ଲୋକେ ଗୋପ ମେଡିକାଲକୁ ଆଣିଥିଲେ,ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତର ପପୁକୁ ମୃତ ଘୋଷଣା କରିବା ପରେ ଏରବଙ୍ଗ ଗ୍ରାମର ଶତାଧିକ ଉତ୍ତ୍ୟକ୍ତ ଲୋକେ ଭାଗି ବେହେରାଙ୍କ ବିବାହ ମଣ୍ଡପକୁ ଭଙ୍ଗାରୁଜା କରିବା ସହିତ ଭୋଜି ଖାଦ୍ୟକୁ ଫୋପଡା ଫିଙ୍ଗା କରି ଦେଇଥିଲେ । ଘଟଣା ସ୍ଥଳରେ ଗୋପ, କୋଣାର୍କ, ନିମାପଡା ଆଇଆଇସି ଓ ନିମାପଡା ଏସଡିପିଓ ସମେତ ଅନେକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଫଳରେ କନ୍ୟାର ଭିଣୋଇ ସମେତ ବରଯାତ୍ରୀଙ୍କ ସମସ୍ତ ଗାଡିକୁ ଥାନାରେ ଅଟକ ରଖିଛି ଗୋପ ପୋଲିସ । ଖୁବ ଶୀଘ୍ର ଡିଜେ ଗାଡି ଓ ହତ୍ୟାକାରୀଙ୍କୁ ଧରାଯିବ ବୋଲି ପୋଲିସ କହିଥିବା ବେଳେ ଗ୍ରାମରେ ଉତ୍ତେଜନାକୁ ଆଖି ଆଗରେ ରଖି ଗ୍ରାମର ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ଥିବା ସହ କୋଣାର୍କ ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ମହିଳା ଓ ପୁରୁଷ । ତେବେ ପୋଲିସ ଓ ପ୍ରଶାସନ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଛି । ମୃତକଙ୍କ ପରିବାରକୁ ରେଡ଼କ୍ରସ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି । ସେହିପରି ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଛି ।
Sign in
Sign in
Recover your password.
A password will be e-mailed to you.