ଆସିଲେନି ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀ, ଘୁଞ୍ଚିଲା ଶୁଣାଣି

0 233

ପାଟଣାଗଡ଼: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଶୁଣାଣି ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ହେବାରଥିଲା । ମାତ୍ର ପୁଞ୍ଜିଲାଲଙ୍କ ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତ ଥିବା କାରଣରୁ ଶୁଣାଣି ତାରିଖକୁ ପୁଣି ଘୁଞ୍ଚାଇ ଦିଆଯାଇଛି । ଏହା ପୂର୍ବରୁ ଦୁଇଥର ଶୁଣାଣି ଘୁଞ୍ଚି ସାରିଛି । ଗତ ମାର୍ଚ୍ଚ ୨୫ ତାରିଖରେ ମଧ୍ୟ ପୁଞ୍ଜିଲାଲଙ୍କ ଓକିଲ ଏବଂ ସାକ୍ଷୀ ଅନୁପସ୍ଥିତ ରହିଥିଲେ । ପରେ ଏପ୍ରିଲ ୮ ତାରିଖ ଦିନ ଏଡିଜେ କୋର୍ଟରେ ପୁଞ୍ଚିଲାଲ ହାଜର ହୋଇଥିଲେ । ସେହିଦିନ ମଧ୍ୟ ଏଡିଜେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀମାନେ ଅନୁପସ୍ଥିତ ଥିଲେ । ଆଜି ତୃତୀୟଥର ପାଇଁ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଥିଲା । ସକାଳ ୯ରେ ବଲାଙ୍ଗିର ଜେଲରୁ ପୁଞ୍ଜିଲାଲଙ୍କୁ କଡା ସୁରକ୍ଷା ବଳୟରେ ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟରେ ପୁଞ୍ଜିଲାଲଙ୍କ ଓକିଲ ଓ ସାକ୍ଷୀମାନେ ହାଜର ହୋଇନଥିଲେ । ଫଳରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + nine =