ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

0 42

ପାରଳାଖେମୁଣ୍ଡି : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟ ପିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ଦୌରାଜଜ ଶ୍ରୀ ସତ୍ୟ ପିର ମିଶ୍ର ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ମାନଙ୍କୁ ସଚେତନତା କରାଇଥିଲେ ଏବଂ ସି.ରା.ପି.ସି ବିଭିନ୍ନ ଧାରା, ବ୍ୟାଲ, ଏଫ.ଆ.ର ,ସମନ, ୱାରେଣ୍ଟ ଓ ପ୍ଲି-ବାଗ୍ରେନିଙ୍ଗ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ଥିଲେ । ପରିଶେଷରେ ନିଜ ଅଭିଭାଷଣରେ କହିଥିଲେ ଛାତ୍ରମାନେ ଆଇନ ବିଷୟରେ ସଚେତନତା ହେଲେ ଦେଶ ନିଶ୍ଚିତ ଉନ୍ନତି ପଥରେ ଯାଇପାରିବ ।

hiring

ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା,ବରିଷ୍ଠ ଦେୱାନି ଅଧିକାରୀ ଦୀପଙ୍କର ପଟ୍ଟନାୟକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରବି ନାରାୟଣ ବେହେରା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀଣୀ ସୁଶ୍ରୀ ଶୁଭ ଲକ୍ଷ୍ମୀ ପ୍ରିୟଦର୍ଶନୀ ଏବଂ ପ୍ରବେଶନ ବିଚାର ବିଭାଗୀୟ ଅଧିକାରୀ ଶୁଭଜିତ ବେହେରା ଉପସ୍ଥିତ ରହି ବିଭିନ୍ନ ଆଇନ ବିଷୟରେ ସଚେତନତା କରାଇଥିଲେ ଏବଂ ସମଗ୍ର ଦେଶରେ ଯଥା ଜାତୀୟ ସ୍ତରରେ,ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ ଓ ତଳୁକ ସ୍ତରରେ ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ବିଷୟରେ ସଚେତନତା କରାଇଥିଲେ ଏବଂ ତୃଣମୂଳ ସ୍ତରରୁ ସମସ୍ତ ବ୍ୟକ୍ତି କିପରି ଆଇନ ସେବା ପାଇପାରିବେ ସେ ବିଷୟରେ ବୁଝାଇଥିଲେ । ପ୍ରତି ବ୍ଳକରେ ପ୍ରାଧିକରଣ ଦ୍ୱାରା ନିୟୋଜିତ ହୋଇ ଥିବା ପାରା ଲିଗାଲ ସ୍ୱେଚ୍ଛାସେବୀ ମାନଙ୍କର କାର୍ଯ୍ୟ ବିଷୟରେ ସଚେତନତା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ, ପାରା ଲିଗାଲ ସ୍ୱେଚ୍ଛାସେବୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen − one =