ଘୁ ଉଦୟଗିରି : ସ୍ଥାନୀୟ ପଞ୍ଚାୟତ ସଭାଗୃହରେ ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ ସମସ୍ତ ମଞ୍ଚାସିନ ଅତିଥି ଓ ବିଭିନ୍ନ ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ ଓ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ସଭା ପରିଚାଳନା କରିବା ପାଇଁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଘୁ ଉଦୟଗିରି ମାନ୍ୟବର ବିଧାୟକ ସାଲୁଗା ପ୍ରଧାନ ଓ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିପିଓ ବିଶିକେସନ୍ ବେହେରା ପୂର୍ବ ସମିତି ବୈଠକର ବିବରଣୀ ପାଠ କରିବା ପରେ କୃଷି ଓ ଚାଷ, ଜଙ୍ଗଲ ବିଭାଗ ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ କ୍ରୟ ମୂଲ୍ୟ, ପ୍ରାଥମିକ ଶିକ୍ଷା ତଥା ମଧ୍ୟାହ୍ନ ଭୋଜନ, ମହିଳା ଓ ଶିଶୁ ବିଭାଗ ଯୋଜନା, ଉଦ୍ୟାନ ବିଭାଗ, ଓଡ଼ିଶା ଜୀବିକା ମିଶନ,ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀ ଚିକିତ୍ସା, ଜଳ ଓ ପରିମଳ, ଉଠା ଜଳସେଚନ ଓ ମୃତ୍ତିକା ସଂରକ୍ଷଣ, ଖାଦ୍ୟ ଓ ଯୋଗାଣ ,ସମାଜ କଲ୍ୟାଣ,ବିଦ୍ୟୁତ୍ ଯୋଗାଣ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିବା ସୂଚନା ରହିଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର୍ ତ୍ରିପାଠୀ, ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ସମିତି ଉପାଧ୍ୟକ୍ଷ ଏନ୍ ଲୁକ, ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀମତୀ ଲିଲିମା ପ୍ରଧାନ ମଞ୍ଚାସିନ ରହିଥିବା ବେଳେ ସ୍ଥାନୀୟ ବ୍ଲକ ଅଧିନରେ ଥିବା ସମସ୍ତ ୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ଓ ୱାର୍ଡ ମେମ୍ବର ସମେତ ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ରହିଥିଲେ । ସମସ୍ତ ବିଭାଗ ର ଅଧିକାରୀ ନିଜ ନିଜ ବିଭାଗରେ ଗତବର୍ଷ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ଗୁଡ଼ିକର ବୀବରଣୀ, ଅଧା ରହିଥିବା ପ୍ରକଳ୍ପ କାର୍ଯ୍ୟ ଓ ଭବିଷ୍ୟତ ପାଇଁ ପ୍ରକଳ୍ପର ବିବରଣୀ ଦେବା ସହ ପ୍ରତ୍ୟକ୍ଷ ଭାବରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଜନ ପ୍ରତିନିଧିଙ୍କ ସହ ପ୍ରଶ୍ନ ଉତ୍ତର ମାଧ୍ୟମରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ବିଧାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମସ୍ତ ପ୍ରତିନିଧିମାନଙ୍କ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନର ସମାଧାନ ବିଷୟରେ ଉତ୍ତର ରଖିଥିଲେ । ଶେଷରେ ବିଏସଏସ ଓ ସଂଗୀତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।