ଦେଶରେ ୩ ହଜାର ଟପିଲା କରୋନା ସଂକ୍ରମଣ

0 63

ନୂଆଦିଲ୍ଲୀ,୨୮/୪ : ବିଶେଷଜ୍ଞମାନେ ଯାହା ଆଶଙ୍କା କରୁଛନ୍ତି,ଧୀରେ ଧୀରେ ତାହା ଘଟୁଛି । କରୋନା ସଂକ୍ରମଣ ଉଦବେଗଜନକଭାବେ ବଢୁଛି । ଗତ ଦଶ ଦିନ ଧରି ଦୈନିକ ସଂକ୍ରମଣ ଅଢେଇ ହଜାର ଉପରେ ରହିଆସିଥିବା ବେଳେ ଆଜି ପ୍ରଥମ ଥର ପାଇଁ ୩ ହଜାର ଅତିକ୍ରମ କରିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦୩ରେ ପହଞ୍ଚିଛି । ପଜିଟିଭିଟି ହାର ୦.୬୬ ପ୍ରତିଶତ ବଢିଛି । ସେହିପରି,ଦେଶରେ କରୋନାର ଆଉ ଏକ ଭାରିଆଣ୍ଟ ଉଭା ହୋଇଛି,ଯାହାକୁ ନେଇ ସରକାର ଚିନ୍ତିତ । ସଂକ୍ରମଣ ତୁଳନାରେ ଦେଶରେ ସୁସ୍ଥତା ହାର ମଧ୍ୟ ହ୍ରାସ ପାଉଛି । ଯାହା ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାର ଲାଗିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୯୮୦ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଦେଶରେ ଦୈନିକ ପଜିଟିଭିଟି ହାର ୦.୬୬%କୁ ବୃଦ୍ଧି ପାଇଛି । ଏଯାଏ ଦେଶରେ କରୋନାରୁ ମୋଟ୍‌ ୪,୨୫,୨୮,୧୧୬ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍‌ ୫,୨୩,୬୯୩ ଜଣଙ୍କ ମୃତ୍ୟୁ ହୋଇଛି ।

hiranchal ad1
Leave A Reply

Your email address will not be published.

five × two =