ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଦୋକାନମାନଙ୍କରେ ଚଢ଼ାଉ

0 183

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ତମାଖୁ ଜାତୀୟ ଦ୍ରବ୍ୟର ବିକ୍ରୟ ଓ ବ୍ୟବହାର ନିଷେଧ ପାଇଁ ଦୋକାନମାନଙ୍କରେ ଏକ ଟିମ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୩୨ ଟି ଦୋକାନ ମଧ୍ୟରୁ ୨୦ ଟି ଦୋକାନରୁ ମୋଟ ୨୩୭୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା । ଏହି ଚଢ଼ାଉରେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ, ଅବକାରୀ ବିଭାଗର ମିଳିତ ଭାବରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ଟିମରେ ଡ୍ରଗ୍ସ ନିରୀକ୍ଷକ ଉମାଶଙ୍କର ମେହେର, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଅଣ ସଂକ୍ରାମକ ରୋଗ ବିଭାଗର ସହ ପରିଚାଳକ ଶ୍ରୀମତୀ ଗୀତାଞ୍ଜଳି ମେହେର, ପୋଲିସ ଏଏସଆଇ ବୁଡ଼ୁ ଭୋଇ, କନେଷ୍ଟବଳ ଶ୍ରୀମତୀ ମୀନାକୁମାରୀ ପ୍ରଧାନ, ଅବକାରୀ ବିଭାଗର କନେଷ୍ଟବଳ ଶ୍ରୀମତୀ ନମିତା ବାଦୀ ସାମିଲ ଥିଲେ । ଗତକାଲି ମଧ୍ୟ ଜିଲ୍ଲା ସଦର ମହକୁମାର ବିଭିନ୍ନ ଦୋକାନମାନଙ୍କରେ ଚଢ଼ାଉ କରାଯାଇ ଫାଇନ ଆଦାୟ କରାଯାଇଥିଲା । ହେଲେ ଏହା ଧର୍ମକୁ ଆଖିଠାର ସଦୃଶ ବୋଲି ଜିଲ୍ଲାର ସଚେତନ ବର୍ଗ ମତପ୍ରକାଶ କରିଛନ୍ତି । ଯେତେବେଳେ କି ସରକାରୀ ସ୍ତରରେ ଗୁଟଖାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଉନାହିଁ ତଥା ବଡ଼ବଡ଼ ହୋଲସେଲର ମାନଙ୍କ ଗୋଦାମରେ ରେଡ଼ ନକରି ଛୋଟ ଦୋକାନ ମାନଙ୍କରେ ଚଢ଼ାଉ କେତେଦୂର ସମୀଚିନ ବୋଲି ମଧ୍ୟ ବୁଦ୍ଧିଜୀବି ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + seven =