ୟୁଏଇ ଲିଗ୍‌ ଫ୍ରାଞ୍ଚାଇଜ କିଣିବ କୋଲକାତା ନାଇଟ ରାଇଡର୍ସ

0 45

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ(ୟୁଏଇ)ର ଆସନ୍ତା ଟି-୨୦ ଲିଗ ପାଇଁ ଫ୍ରାଞ୍ଚାଇଜ ଖର୍ଦ୍ଦି ପ୍ରକ୍ରିୟାରେ ସାମିଲ ହେବ ଆଇପିଏଲ ଟିମ୍‌ କୋଲକାତା ନାଇଟରାଇଡର୍ସ । ଏମିରେଟସ କ୍ରିକେଟ ବୋଡର଼୍ ସହ ମିଶି ଏହା ଟିମ କିଣିବ । ଆଜି ଉଭୟ ରାଇଡର୍ସ ଓ ବୋଡର଼୍ ଏହା ଘୋଷଣା କରିଛନ୍ତି । ଏହି ଫ୍ରାଞ୍ଚାଇଜ ଆବୁଧାବି ଭିତ୍ତିକ ହେବ । ନାଇଟରାଇଡର୍ସ ଜଣେ ଅଧିକାରୀ ମଧ୍ୟ ଏକଥାକୁ ନିଶ୍ଚିତ କରିଛନ୍ତି । ନାଇଟ ରାଇଡର୍ସ ଓ ଇସିବି କିଣିବାକୁ ଥିବା ଏହି ଦଳର ନାମ ହେବ ଆବୁଧାବି ନାଇଟ ରାଇଡର୍ସ । ଏହି ଦଳ କିଣିବାନେଇ ଦୁଇ ପକ୍ଷ ମଧ୍ୟରେ ସବୁ ଔପଚାରିକତା ସଂପନ୍ନ ହୋଇସାରିଛି । ନାଇଟ ରାଇଡର୍ସକୁ ଆବଶ୍ୟକ ଅଧିକାର ମଧ୍ୟ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × 3 =