ଓଡ଼ିଶାର ୩ ସମେତ ୫୭ଟି ରାଜ୍ୟସଭା ଆସନ ପାଇଁ ଜାରିହେଲା ବିଜ୍ଞପ୍ତି

0 62

ନୂଆଦିଲ୍ଲୀ : ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ କମିସନ ଜାରି କରିଛନ୍ତି ପ୍ରେସ ବିଜ୍ଞପ୍ତି । ଏହି ୫୭ଟି ଆସନ ମଧ୍ୟରେ ଓଡ଼ିଶାର ୩ଟି ଆସନ ରହିଛି । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି । ବିଜ୍ଞପ୍ତିି ଅନୁଯାୟୀ,ଜୁନ ୧୦ରେ ତିନୋଟି ଆସନ ପାଇଁ ହେବ ମତଦାନ । ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ । ଜୁଲାଇ ୧ ତାରିଖରେ ସରୁଛି ଓଡ଼ିଶାର ୩ ସାଂସଦଙ୍କ କାର୍ଯ୍ୟକାଳ । ସେମାନେ ହେଲେ ଏନ.ଭାଷ୍କର ରାଓ,ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟ । ମେ’ ୨୪ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୪ରେ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ନାମାଙ୍କନ ଦାଖଲର ଶେଷ ତାରିଖ ମେ ୩୧ । ଜୁନ ୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଜୁନ ୩ ପ୍ରାର୍ଥୀପତ୍ର ପତ୍ୟାହାରର ଶେଷ ତାରିଖ । ଏହାପରେ ଜୁନ ୧୦ ତାରିଖରେ ମତଦାନ ହେବ । ଜୁନ ୧୦ ତାରିଖ ସଂଧ୍ୟା ୫ଟା ପରେ ଭୋଟ ଗଣନା ଆରମ୍ଭ ହେବ । ଜୁନ ୧୩ ତାରିଖର ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ ।

hiranchal ad1
Leave A Reply

Your email address will not be published.

10 + three =