କରୋନା ନିୟମ ଉଲ୍ଲଂଘନକାରୀଙ୍କୁ ନେଇ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0 48

ନୂଆଦିଲ୍ଲୀ,୩/୬: ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ମୁଖ୍ୟତଃ,ଦିଲ୍ଲୀ ଓ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବଢୁଛି । କରୋନା ନିୟମକୁ ନମାନିବା ଏବଂ ସରକାରଙ୍କ ଢିଲାପଣ ଯୋଗୁ ଏଭଳି ହେଉଛି । ଦିଲ୍ଲୀକୁ ବିମାନରେ ଆସୁଥିବା ଯାତ୍ରୀମାନଙ୍କ ମୁହଁରେ ମାସ୍କ ରହୁନି । ବିମାନବନ୍ଦରରେ କରୋନା ନିୟମ ଠିକଭାବରେ ପାଳନ ହେଉ ନାହିଁ,ଯାହା ସଂକ୍ରମଣକୁ ବଢାଉଛି । ଏହି ଉଦବେଗଜନକ ସ୍ଥିତିକୁ ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରାଯାଇଥିଲା । ଆଜି ହାଇକୋର୍ଟ ଏହାର ଶୁଣାଣି କରି ତୀବ୍ର ଅସନ୍ତୋଷ ଓ ଉଦବେଗ ପ୍ରକାଶ କରିଛନ୍ତି । ଯେଉଁ ଯାତ୍ରୀମାନେ ମାସ୍କ ପିନ୍ଧୁ ନାହାନ୍ତି,ସେମାନଙ୍କୁ ବିମାନରୁ ବାହାର କରିଦିଅ । କଟକଣାକୁ କଡ଼ାକଡ଼ିଭାବେ ପାଳନ କର ବୋଲି କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ବିମାନ ବନ୍ଦର ଓ ବିମାନ ଭିତରେ କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଉଛି ବୋଲି ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବା ବେଳେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ବିପିନ ସାଙ୍ଘିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ, ବିମାନ ବନ୍ଦର ଏବଂ ବିମାନ ଭିତରେ ମାସ୍କ୍‌ ପିନ୍ଧୁ ନ ଥିବା ଯାତ୍ରୀମାନଙ୍କ ଉପରେ ଅଧିକ ଜରିମାନା କରାଯିବା ଉଚିତ । ବିମାନ କ୍ଷେତ୍ରରେ ସମସ୍ତ କୋଭିଡ୍‌ ନିମୟ ଲାଗୁ କରାଯିବା ଆବଶ୍ୟକ । ପ୍ରୟୋଜନ ହେଲେ ନିୟମ ଉଲ୍ଲଂଘନକାରୀଙ୍କୁ ବିମାନରୁ ବାହାର କରି ଦିଆଯିବା ଉଚିତ । ‘ଡିଜିସିଏ’ର ପ୍ରତିନିଧିତ୍ୱ କରୁଥିବା ଓକିଲ ଅଦାଲତଙ୍କୁ କହିଥିଲେ କି, କେବଳ ଭୋଜନ ବେଳେ ଯାତ୍ରୀମାନଙ୍କୁ ମାସ୍କ୍‌ ଓହ୍ଲାଇବାକୁ ଅନୁମତି ଦିଆଯାଇଛି । ମୁଖ୍ୟ ବିଚାରପତି କହିଲେ ଯେ, କୋଭିଡ୍‌ ସଂକ୍ରମଣ ଆଶଙ୍କା ହ୍ରାସ କରିବା ଲାଗି ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଖାଇବା ପିଇବା ବେଳେ ଜଣେ ମାସ୍କ୍‌ ଓହ୍ଲାଇ ପାରିବେ । ବିମାନ ମଧ୍ୟରେ ମାସ୍କ୍‌ ପିନ୍ଧିବା ନିମୟ ଏବେ ବି ବଳବତ୍ତର ରହିଛି । କିନ୍ତୁ, ବିମାନଯାତ୍ରା ବେଳେ ଯାତ୍ରୀମାନେ ମାସ୍କ୍‌ ପିନ୍ଧୁ ନ ଥିବା କଥା ମୁଁ ମଧ୍ୟ ଦେଖିଛି । ଏହି ନିୟମ ଲାଗୁ କରାଯାଉନାହିଁ । କିନ୍ତୁ, ବିମାନଯାତ୍ରା ବେଳେ ଏହି ନିୟମ ଲାଗୁ ହେବା ଆବଶ୍ୟକ । ଏଥିସହ, ବିମାନ ବନ୍ଦର ଏବଂ ବିମାନରେ ଲାଗୁ ହେବା ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ହାଇକୋର୍ଟ ‘ଡିଜିସିଏ’କୁ ନିର୍ଦ୍ଦେଶ ମଧ୍ୟ୍‌ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

7 + 20 =