୫-ଜିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

0 78

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ୫-ଜି ନେଟ ସେବା । ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ବିଧିବଦ୍ଧ ମଞ୍ଜୁରି ମିଳିଛି । ଖୁବ୍‌ଶୀଘ୍ର ଏହି ସ୍ପେକଟ୍ରମ୍‌ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୨୦ ବର୍ଷ ବୈଧତା ସହ ୭୨୦୯୭.୮୫ ଏମଏଚ ନିଲାମି ହେବ । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ନିଲାମି ଡକାଯିବ ବୋଲି କେନ୍ଦ୍ର ଟେଲିକମ୍‌ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ୪-ଜି ସର୍ଭିସଠାରୁ ୫ଜି ନେଟୱର୍କ ୧୦ ଗୁଣା ଅଧିକ ସ୍ପିଡ ହେବ ବୋଲି କ୍ୟାବିନେଟ ବୈଠକରେ ମତ୍ତ ପ୍ରକାଶ ପାଇଛି । ମୁଖ୍ୟତଃ ଲୋ ପାଇଁ (୬୦୦ ଏମଏଚ , ୭୦୦ ଏମଏଚ , ୮୦୦ ଏମଏଚ , ୯୦୦ ଏମଏଚ , ୧୮୦୦ ଏମଏଚ , ୨୧୦୦ ଏମଏଚ , ୨୩୦୦ ଏମଏଚ ), ଗସୟ (୩୩୦୦ ଏମଏଚ ) ଏବଂ ହାଇଫ୍ରିକୁଏନ୍ସି ପାଇଁ ୨୬ ଏମଏଚ ଲାଗି ନିଲାମ ହେବ । ଟେଲିକମ୍‌ ସେକ୍ଟର ପ୍ରଗତିରେ ୫ଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି ।

hiranchal ad1
Leave A Reply

Your email address will not be published.

10 − 7 =