ଭାରତୀୟଙ୍କ ଉପରୁ ଭିସା କଟକଣା ହଟାଇଲା ଚୀନ୍‌

0 40

ନୂଆଦିଲ୍ଲୀ,୧୫/୬ : ଭାରତୀୟ ନାଗରି,ବିଶେଷତଃ ଭାରତୀୟ ଛାତ୍ରଛାତ୍ରୀ ପାଇଁ ଏକ ଖୁସି ଖବର । ଭାରତୀୟଙ୍କ ଭିସା ଉପରେ ଲଗାଯାଇଥିବା କଟକଣାକୁ ଚୀନ ପ୍ରତ୍ୟାହାର କରିନେଇଛି । କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଚୀନ ଏହି କଟକଣା ଲଗାଇଥିଲା । ଏଣିକି ସେମାନଙ୍କୁ ଭିସା ଦେବାକୁ ଚାଇନା ନିଷ୍ପତ୍ତି ନେଇଛି । ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପୁଣି ପାଠ ପଢିବାକୁ ଚାହୁଁଥିବା ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିସା ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ବେଜିଂ ଘୋଷଣା କରିଛି । ସୋମବାର ଭାରତରେ ଅବସ୍ଥାପିତ ଚୀନ୍‌ ଦୂତାବାସ କୋଭିଡ ଭିସା ନୀତିକୁ ଅପଡେଟ୍‌ କରିବା ଆରମ୍ଭ କରିଛି । ଏହି ନୀତି ଅନୁସାରେ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ଭିସା ଆବେଦନକୁ ଯାଞ୍ଚ କରାଯାଉଛି । ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଭାରତୀୟଙ୍କୁ ଚାଇନାରେ କାମ କରିବାକୁ ଅନୁମତି ମିଳିବ । ୨୦୨୦ରୁ ହିଁ ଭିସା ନୀତି ଉପରେ ଚାଇନା ବ୍ୟାନ ଲଗାଇଥିଲା । ବ୍ୟାନ ଯୋଗୁ ବହୁ ଭାରେତୀୟ ଛାତ୍ରଛାତ୍ରୀ ଭାରତରେ ଅଟକି ରହିଛନ୍ତି । ଫଳରେ ସେମାନଙ୍କ ପାଠପଢାଅଧାରେ ଅଟକି ରହିଚି । ତେବେ ଚୀନର ଏହି ନିଷ୍ପତ୍ତି ଫଳରେ ସେମାନେ ଖୁବଶୀଘ୍ର ଚୀନ ଯିବେ ।

hiranchal ad1
Leave A Reply

Your email address will not be published.

11 − 1 =