କର୍ଣ୍ଣାଟକ ସୁନ୍ଦରୀ ହାତେଇଲେ ମିସ୍‌ ଇଣ୍ଡିଆ ମୁକୁଟ

0 59

ମିସ୍‌ ଇଣ୍ଡିଆ ମୁକୁଟ ହାତେଇଲେ ସିନି ଶେଟ୍ଟୀ । ଫେମିନା ମିସ୍‌ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବାଜି ମାରିଲେ କର୍ଣ୍ଣାଟକର ଏହି ସୁନ୍ଦରୀ । ବ୍ୟୁଟି ୱିଥ୍‌ ବ୍ରେନ ସିନି ୩୧ ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଜିତିଲେ ମିସ୍‌ ଇଣ୍ଡିଆ ୱାର୍ଲ୍ଡ ଟାଇଟଲ । ସିନି ଶେଟ୍ଟୀ ନିଜ ସୁନ୍ଦରତା ଓ ଫଟାଫଟ ଜବାବ ଦେଇ ଜଜ୍‌ମାନଙ୍କୁ ଇମ୍‌ପ୍ରେସ୍‌ କରିଥିଲେ । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍‌ ହୋଇଥିବା ବେଳେ ଉତ୍ତରପ୍ରଦେଶର ସିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍‌ ।
ମିସ୍‌ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲ୍‌ ଜିତିଥିବା ସିନି ଶେଟ୍ଟୀଙ୍କୁ ମାତ୍ର ୨୧ ବର୍ଷ ବୟସ । ତାଙ୍କ ଜନ୍ମ ମୁମ୍ବାଇରେ ହୋଇଛି । ସେ ମୂଳ ରୂପେ କର୍ଣ୍ଣାଟକରେ ରୁହନ୍ତି । ସିନି ଜଣେ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍‌ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ସିଏଫ୍‌ଏ (ଚାଟାର୍ଡ ଫାଇନାନ୍ସିଆଲ ଆନାଲିଷ୍ଟ) କୋର୍ସ କରୁଛନ୍ତି ।
ସିନିଙ୍କୁ ଡ୍ୟାନ୍ସ କରିବା ବେଶ୍‌ ଭଲଲାଗେ । ସେ ୪ ବର୍ଷ ବୟସରୁ ହିଁ ଡ୍ୟାନ୍ସ କରୁଛନ୍ତି । ୧୪ ବର୍ଷ ର୍ବସରେ ସେ ଅରଙ୍ଗେତ୍ରମ ଓ ଭାରତନାଟ୍ୟମ ସିଖି ସାରିଥିଲେ । ତାଙ୍କ ଡ୍ୟାନ୍ସ ରିଲ୍ସ ସୋଶାଲ ମିଡିଆରେ ଭାଇରଲ ହେଉଛି । ସିନି ନିଜ କ୍ୟାରିଅର ଜଣେ ମଡେଲ ଭାବେ ଆରମ୍ଭ କରିଥିଲେ । ସେ ଅନେକ ବିଜ୍ଞାପନରେ ମଧ୍ୟ ନଜର ଆସି ସାରିଛନ୍ତି । ସିନି ସୋଶାଲ ମିଡିଆରେ ବେଶ୍‌ ଆକ୍ଟିଭ । ତାଙ୍କ ଇନ୍‌ଷ୍ଟାରେ ୬୬.୩ ହଜାର ଫଲୋଅର୍ସ ଅଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =