ଭୟଙ୍କର ଦୁର୍ଘଟଣା; ଖାତକୁ ଖସିଲା ଯାତ୍ରୀବାହୀ ବସ, ୧୬ ମୃତ

0 129

କୁଲ୍ଲୁ: ହିମାଚଳ ପ୍ରଦେଶ କୁଲ୍ଲୁରେ ଆଜି ସକାଳୁ ସକାଳୁ ଭୟଙ୍କ ଦୁର୍ଘଟଣା ଘଟିଛି । ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଖାତକୁ ଖସି ପଡିବାରୁ ୧୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ କିଛି ସ୍କୁଲ ପିଲା ମଧ୍ୟ ରହିଛନ୍ତି । ୨୦ରୁ ଅଧିକ ଲୋକ ଘଟଣାରେ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁଲ୍ଲର ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି, ବସଟି ଲୋକଙ୍କୁ ନେଇ ସାଇନଜ ଯାଉଥିଲା । ଏଥିରେ ପ୍ରାୟ ୪୦ ଜଣ ସ୍କୁଲ ପିଲା ରହିଥିଲେ । ତେବେ ସକାଳ ୮.୩୦ରେ ଏହା ଭାରସାମ୍ୟ ହରାଇ ଜଙ୍ଗଲା ଗାଁ ନିକଟରେ ଥିବା ଗୋଟିଏ ଖାତକୁ ଖସି ପଡିଥିଲା । ଫଳରେ ଘଟଣା ସ୍ଥଳରେ ୧୬ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ଗାଡିଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଛି ।
ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଆହତଙ୍କୁ ଉପଯୁକ୍ତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।
ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ତରଫରୁ ଶୋକ ପ୍ରକାଶ କରାଯାଇଛି । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆହତଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =