ପୁଣି ନିରାଶ କଲେ କୋହଲି

0 52

ନୂଆଦିଲ୍ଲୀ:  ଦ୍ୱିତୀୟ ପାଳିରେ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି । ଗୋଟିଏ ଦୁଇଟି ଭଲ ସଟ୍ ବି ଖେଳିଲେ ।  କିନ୍ତୁ ବେନ୍ ଷ୍ଟୋକସଙ୍କ ଏକ ବଲରେ କଟ୍ ବିହାଇଣ୍ଡ୍ ହେଲେ ସେ । କ୍ୟାଚ୍ ଧରିଦେଲେ ଓ୍ୱିକେଟ୍ କିପର୍ ସାମ୍ ଓ୍ୱିଲିଙ୍ଗସ୍ ପାଖରେ ଛିଡା ହୋଇଥିବା ଜୋ ରୁଟ୍ । ଆଉ ପ୍ୟାଭିଲିୟନ ଫେରିଲେ ରନ୍ ମେସିନ୍ ।

hiring

ଫ୍ୟାନ୍ ଆଶା କରିଥିଲେ ଯେ, ବିରାଟ ଏହି ଟେଷ୍ଟରେ ଶତକ ଲଗାଇବେ । କିନ୍ତୁ ଏପରି ହୋଇପାରିନଥିଲା । ଦ୍ୱିତୀୟ ପାଳିରେ ବିରାଟ କୋହଲିଙ୍କ ଓ୍ୱିକେଟ୍ ବେନ୍ ଷ୍ଟୋକସ୍ ନେଲା ପରେ ସେ ଏକ ଖାସ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ବିରାଟଙ୍କୁ ଟେଷ୍ଟରେ ସବୁଠୁ ଅଧିକ ଆଉଟ୍ କରିଥିବା ବୋଲର ତାଲିକାରେ ପ୍ରବେଶ କରିଛନ୍ତି ଷ୍ଟୋକସ୍ । ସେ ୬ ଥର ବିରାଟଙ୍କୁ ଆଉଟ୍ କରିଛନ୍ତି । ତେବେ ତାଲିକାରେ ଯୁଗ୍ମ ଭାବେ ଆଗରେ ଅଛନ୍ତି ଜେମ୍ସ ଆଣ୍ଡରସନ୍ ଓ ନାଥନ ଲାୟନ । ଉଭୟ ୭ ଥର ଲେଖାଏଁ ବିରାଟଙ୍କୁ ଆଉଟ୍ କରିଛନ୍ତି ।

ଏହି ସିରିଜକୁ ଦେଖିଲେ ବିରାଟ ୫ଟି ମ୍ୟାଚରୁ ମାତ୍ର ୨୪୯ ରନ୍ କରିଛନ୍ତି । ବିରାଟଙ୍କ ଆଭରେଜ୍ ରହିଛି ୨୭.୬୬ । ସିରିଜରେ ସେ ମାତ୍ର ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସିରିଜର ପ୍ରଥମ ଚାରି ମ୍ୟାଚ୍ ୨୦୨୧ରେ ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି । କିନ୍ତୁ କରୋନା ପାଇଁ ଶେଷ ମ୍ୟାଚ୍ ଖେଳାଯାଇପାରିନଥିଲା । ଯାହା ଏବେ ଖେଳାଯାଉଛି ।

hiranchal ad1
Leave A Reply

Your email address will not be published.

thirteen − six =