ଜି. ଉଦୟଗିରି : ଜିଲ୍ଲାରେ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଞ୍ଚି ପାରୁନି । ସ୍ୱାସ୍ଥ୍ୟ ସେବା ସନ୍ତୋଷଜନକ ନୁହେଁ । ଶିକ୍ଷା ତହୁଁ ବଳକା । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଦଳ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ । ଏହା ସହିତ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସ୍ଥାନୀୟ ହନୁମାନ ମନ୍ଦିର ସ୍ଥିତ ବଣିକ ସଂଘର ସଭା ଗୃହରେ ଜିଲ୍ଲା ବିଜେପି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକର ସଂଯୋଜକ ମାନଗୋବିନ୍ଦ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ।


ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି,କନ୍ଧମାଳ ଜିଲା ପ୍ରଭାରୀ ତଥା ରାଜ୍ୟ ପ୍ରବକ୍ତା ଓଡିଶା ବିରଞ୍ଚିନାରାୟଣ ତ୍ରିପାଠୀ, ଲୋକ ସଭା ପ୍ରଭାରୀ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ବାଲିଗୁଡ଼ା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କରେନ୍ଦ୍ର ମାଝୀ, ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ଲିଙ୍ଗରାଜ ଦଳବେହେରା, ଏସସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମ ବିଶି ଦିଗାଲ, ରାଜ୍ୟ ସମ୍ପାଦକ ଆଦିବାସୀ ମୋର୍ଚ୍ଚା ବସନ୍ତ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ,ଜିଲ୍ଲା ସମ୍ପାଦକ ସୁସ୍ମିତା ଜେନା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ବିଶି କେଶନ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଗୋଲାକ କହଁର, ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଅନନ୍ତ ଦିଗାଲ, ଘୁ ଉଦୟଗିରି ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ, ଭେଙ୍କଟେଶ୍ୱର ବେହେରା, ରାଇକିଆ ସାଧାରଣ ସମ୍ପାଦକ ସନକ ଦିଗାଲଙ୍କ ସହ ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲ ଉପସ୍ଥିତ ଥିଲେ ।
