ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ

0 137

ବୌଦ୍ଧ/ଜହ୍ନ ।ପଙ୍କ,୨୦/୭: ଗୁଣାତ୍ମକ ଶିକ୍ଷା ଓ ସରକାରୀ ସ୍କୁଲରେ ଉପସ୍ଥାନ ବଢାଇବା ପାଇଁ ରାଜ୍ୟ ସରକାର ମାଗଣାରେ ବହି, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦେଉଥିବାବେଳେ ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ସୌନ୍ଦର୍ଯ୍ୟକରଣ,ନୂତନ କୋଠା ନିର୍ମାଣ ଆଦି କରୁଛନ୍ତି ହେଲେ କେଉଁଠି ଛାତ୍ରଛାତ୍ରୀ ତୁଳନାରେ ଶିକ୍ଷକ କମ୍‌ ଥିବା ଓ କେଉଁଠି ନିଜ ପସନ୍ଦର ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାରୁ ସ୍କୁଲରେ ତାଲା ପଡିବା ଘଟଣା ନଜରକୁ ଆସୁଛି । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଳକ ବ୍ରାହ୍ମଣୀପାଲି ପଂଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ସ୍କୁଲରେ । ପ୍ରାପ୍ତ ସୂଚନାମତେ ସବୁଦିନ ପରି ଆଜି ଛାତ୍ରଛାତ୍ରୀ ମାନେ ସ୍କୁଲକୁ ପାଠ ପଢିବା ପାଇଁ ଆସିଥିଲେ । ତେବେ ସ୍କୁଲ ଫାଟକରେ ତାଲା ପଡିଥିବା ଦେଖିବାକୁ ପାଇଲେ । ଜାଣିବାକୁ ପାଇଲେ ଯେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇଥିବାରୁ ତାଙ୍କ ବଦଳି ପ୍ରତ୍ୟାହାର ପାଇଁ ତାଲା ପକାଇ ଥିବାରୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଧାରଣାରେ ସ ।ମିଲ ହେଲେ । ସୂଚନାଯୋଗ୍ୟ ଯେ ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ୧୯୭୩ ମସିହାରେ ସ୍ଥାପିତ ହୋଇଥିଲା ପିଙ୍ଗଳାବେଡା ପ୍ରାଥମିକ ବିଦ୍ୟାଳୟ ।୨୦୦୫ ମସିହାରେ ଏହାକୁ ଉନ୍ନୀତ କରାଯାଇ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲାଯାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରାଗଲା । ବର୍ତ୍ତମାନ ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୩୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏମାନଙ୍କ ପାଇଁ ୬ ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ତେବେ ଶିକ୍ଷକ ପ୍ରଦୀପ ଗାଈଗୌରିଆଙ୍କୁ ଅନ୍ୟତ୍ର ବଦଳି କରାଯାଇ ତାଙ୍କ ସ୍ଥାନରେ ସୁଶାନ୍ତ ମଲ୍ଲିକଙ୍କୁ ଅବସ୍ଥାପିତ କରିଥିବାରୁ ଆଜି ସ୍କୁଲ ଫାଟକରେ ତାଲା ପକାଇଥିଲେ । ତେବେ ଖବର ପାଇ ସିଆରସିସି ସୌମିତ୍ରୀ କର୍ଣ୍ଣ ପ୍ରଧାନ ଶିକ୍ଷକଙ୍କୁ ଫୋନ ମାଧ୍ୟମରେ ଅଭିଭାବକଙ୍କୁ ବୁଝାଇବାକୁ କହିଲେ ସେମାନେ ଯାହା କରିବେ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ନଜଣାଇଲେ କିଛି ଲାଭ ହେବନାହିଁ । ତାପରେ ଯାହା ପଦକ୍ଷେପ ନେବେ ତାହା ଗ୍ରହଣୀୟ । ଏହା ପରେ ପ୍ରଧାନ ଶିକ୍ଷକ ଅଭିଭାବକଙ୍କୁ ବୁଝାଇଲା ପରେ ମଧ୍ୟ ଅଭିଭାବକ ଅନ୍ୟ ଶିକ୍ଷକଙ୍କୁ ଏଠାରୁ ବଦଳି କରନ୍ତୁ ପଛେ ବିଜ୍ଞାନ ଶିକ୍ଷକଙ୍କୁ ଏହି ସ୍କୁଲକୁ ଆଣନ୍ତୁ ବୋଲି ଅଡ଼ି ବସିଥିବାରୁ ସକାଳ ସାଢେ ୯ ଟାରୁ ଦିନ ପ୍ରାୟ ୧ ଟା ପର୍ଯ୍ୟନ୍ତ ତାଲା ପଡିଥିଲା । ପରେ ଖୋଲା ଯାଇଥିଲା । ଏହା ପରେ ପାଠ ପଢା ସ୍ୱାଭାବିକ ହୋଇଥିଲା ।

hiranchal ad1
Leave A Reply

Your email address will not be published.

3 × five =