ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ :
୧୦ରୁ ଅଧିକ ଜୀବନ୍ତଦଗ୍ଧ,ସଂଖ୍ୟାଧିକ ଗୁରୁତର

0 142

ଭୋପାଳ,୧/୮ : ମଧ୍ୟ ପ୍ରଦେଶର ଜବଲପୁର ସହରରେ ନ୍ୟୁ ଲାଇଫ୍‌ ସ୍ପେସିଆଲିଟି ହସ୍ପିଟାଲରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରାଥମିକ ରିପୋର୍ଟରୁ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିôବା ଜଣାପଡ଼ିଛି । ସଂଖ୍ୟାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଏହି ଅଗ୍ନିକାଣ୍ଡରେ ଅନେକ ରୋଗୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । କଠିନ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି । ଅଗ୍ନିକାଣ୍ଡ ହେତୁ ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଆତଙ୍କ ଖେଳିଯାଇଥିଲା । ଜବଲପୁର ସିଏସପି ଅଖିଳେଶ ଗଣମାଧ୍ୟମକୁ କହିଛନ୍ତି,ନିଆଁ ଅତି ଭୟଙ୍କର ଥିଲା । ଉଦ୍ଧାର ପାଇଁ ଯାଇଥିବା ଆମର ଚାରିଜଣ ମଧ୍ୟ ଡାକ୍ତରଖାନା ଭିତରେ ଫସି ରହିଥିଲେ । ତଳ ମହଲାରେ ଶର୍ଟ ସର୍କିଟ୍‌ ହୋଇ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା । ନିଆଁ ଲିଭା କାର୍ଯ୍ୟ ଶେଷ ହୋଇ ନଥିବା ବେଳେ ଡାକ୍ତରଖାନା ଭିତରେ ଆଉ କିଛି ଲୋକ ଫସି ରହିଥିବା କୁହାଯାଉଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣା ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି,ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ପ୍ରାୟ ୭ ଜଣଙ୍କ ମୃତଦେହକୁ ଡାକ୍ତରଖାନାରୁ ବାହାର କରାଯାଇଛି । ବର୍ତ୍ତମାନ ଅନ୍ୟ ତିନି ଜଣଙ୍କ ମୃତ୍ୟୁ ମଧ୍ୟ ଖବର ମିଳିଛି । ଡାକ୍ତରଖାନାରେ କେତେ ରୋଗୀ ଭର୍ତ୍ତି ହୋଇଥିଲେ,ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ । ଏହି ଡାକ୍ତରଖାନାରେ ପ୍ରାୟ ୧୦୦ ଜଣ କର୍ମଚାରୀ ଅଛନ୍ତି । ଘଟଣା ସପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି । ହସପିଟାଲରେ ଆବଶ୍ୟକ ସୁରକ୍ଷା ତଥା ଅଗ୍ନି ନିର୍ବାପନ ବ୍ୟବସ୍ଥା ଅଛି କି ନାହିଁ,ସେ ନେଇ ଯାଞ୍ଚ କରାଯାଉଛି ।

hiring
hiranchal ad1
Leave A Reply

Your email address will not be published.

5 × 5 =