ଆଦିବାସୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 94

ସମ୍ବଲପୁର : ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଗାମୀ ଅଗଷ୍ଟ ନ’ତାରିଖ ସ୍ଥାନୀୟ କୁଚିଣ୍ଡାଠାରେ ଏକ ଉପଖଣ୍ଡସ୍ତରୀୟ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜି କୁଚିଣ୍ଡା ଆଦିବାସୀ ଭବନରେ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ଉପଖଣ୍ଡରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳନ କରିବା ପାଇଁ ଆଦିବାସୀ, ସାମାଜିକ ଓ ସାଂସ୍କୃତିକ ପରିଷଦ କୁଚିଣ୍ଡା ଓ ୫୫୦ କିସାନ ସମାଜ, କୁଚିଣ୍ଡା ମହାଗୁଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମଗ୍ର କୁଚିଣ୍ଡା ଉପଖଣ୍ଡ ସହିତ ରାଜ୍ୟ, ଦେଶରେ ତଥା ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା, ସୁରକ୍ଷା ସମ୍ବନ୍ଧରେ ବିଶେଷକରି କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ଦେଖାଦେଇଥିବା ଜଙ୍ଗଲ ଜମି ଉଚ୍ଛେଦ, ଦରଖାସ୍ତ କରା ଯାଇଥିବା ଜଙ୍ଗଲ ଜମିର ପଟ୍ଟା ନ ଦେବା, ଜଙ୍ଗଲ ଜମି ପଟ୍ଟାରେ ଧାନ ବିକ୍ରି ପାଇଁ କାର୍ଡ ନ ଦେବା, ରାଜ୍ୟରେ କଲେଜ ଓ ବିଭିନ୍ନ ବୈଷୟିକ ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ୬୫ ହଜାରରୁ ଅଧିକ ଆଦିବାସୀ ଓ ଜନଜାତି ତଥା ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ପଛୁଆ ଛାତ୍ରଛାତ୍ରୀମାନଙ୍କୁ ଛାତ୍ର ବୃତ୍ତି ଅଦ୍ୟାବଧି ନ ଦେବା, ଠିକା ନିଯୁକ୍ତି ଓ ବାହ୍ୟ ସଂସ୍ଥା ସୂତ୍ରରେ ନିଯୁକ୍ତିରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ନଦେବା ଇତ୍ୟାଦି ଦାବିନେଇ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯିବ । ସେହିଭଳି ଅଗଷ୍ଟ ୨୨ ତାରିଖରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ସମ୍ବଲପୁର ଆରଡିସି ଅଫିସ ସାମ୍ନାରେ ସମଗ୍ର ପଶ୍ଚିମ ଓଡ଼ିଶାର ଉପର ବର୍ଣ୍ଣିତ ଆଦିବାସୀ ସମସ୍ୟା ସମ୍ପର୍କରେ ବିକ୍‌ଷୋଭ ପ୍ରଦର୍ଶନ ସହିତ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯିବ । ଏହି ପ୍ରସ୍ତୁତି କାର୍ଯ୍ୟକ୍ରମରେ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ କୁଚିଣ୍ଡାର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ କୁଚିଣ୍ଡା ଓ ଲଇକେରା, ସଂସ୍ଥାର ସଭାପତି ସୁବାସ ଚନ୍ଦ୍ର ନାୟକ, ୫୫୦ କିସାନ ସମାଜ କୁଚିଣ୍ଡା ମହାଗୁଡ଼ିର ସାଧାରଣ ସମ୍ପାଦକ ମନୋଜ କୁମାର ବାଘ ଓ ଭୋଜପୁର ମଠର ସ୍ୱାମୀ ଶିବାନନ୍ଦ ମହାରାଜଙ୍କ ସହିତ କିଶାନ ସମାଜର କର୍ମୁଚରଣ ବାଘ, ଜଗନ୍ନାଥ ବାଘ, ତଥା ଓରାମ, ମୁଣ୍ଡା ଓ ଖଡିଆ ସମାଜର ନେତୃବୃନ୍ଦ ବହୁସଂଖ୍ୟାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଆଦିବାସୀ ଭାଇ ଓ ଭଉଣୀ, ଯୁବକଯୁବତୀ, ଛାତ୍ରଛାତ୍ରୀ, ପାରମ୍ପାରିକ ଆଦିବାସୀ ବେଶଭୂଷା, ଅସ୍ତ୍ରଶସ୍ତ୍ର ଓ ନୃତ୍ୟଗୀତ ଦଳସହ ଆଦିବାସୀ ରୀତିରେ ନାଚଗୀତ ମାଧ୍ୟମରେ ଅଗଷ୍ଟ ନ’ତାରିଖରେ କୁଚିଣ୍ଡା କଳାପରିଷଦରେ ସକାଳ ୧୦.୩୦ରେ ଏକତ୍ରିତ ହୋଇ ବିଶ୍ୱ ଆଦିବାସୀ ଦିବସ ସମ୍ପର୍କରେ ଆଲୋଚନା, ମଧ୍ୟାହ୍ନ ୧୨.୩୦ରେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ । ସେହିପରି ଅଗଷ୍ଟ ୨୨ ତାରିଖରେ ସମ୍ବଲପୁର ଆରଡିସି ଅଫିସ ସମ୍ମୁଖରେ ସେହି ସମୟରେ ଏକତ୍ରିତ ହୋଇ ପଶ୍ଚିମ ଓଡ଼ିଶାର ଆଦିବାସୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ଓ ଆରଡିସିଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ । ତେଣୁ ଉପରୋକ୍ତ କାର୍ଯ୍ୟକ୍ରମରେ ବହୁତ ସଂଖ୍ୟାରେ ବିଭିନ୍ନ ଆଦିବାସୀ ସଂଗଠନ, ବିଭିନ୍ନ ଜାତି ସଂଗଠନ, ଯୁବକ, ଯୁବତୀ, ଛାତ୍ରଛାତ୍ରୀ ବହୁତ୍‌ ସଂଖ୍ୟାରେ ଯୋଗଦେଇ ଏହି ବିଶ୍ୱ ଆଦିବାସୀ ଉତ୍ସବକୁ ସଫଳ କରିବାକୁ ଅନୁରୋଧ କରାଯାଉଛି ।

hiranchal ad1
Leave A Reply

Your email address will not be published.

18 − 1 =