ବରମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବର୍ଷା ଜାରି ରହିଛି । ଗୋଟିଏ ପରେ ଗୋଟିଏ ଇଭେ ରେ ଭାରତର ପ୍ରତିଯୋଗୀମାନେ କମାଲ କରୁଛନ୍ତି । ଆଜି ବକ୍ସିଂ ଓ ମହିଳା ହକିରେ ଭାରତ ବିଜୟୀ ହୋଇ କୀର୍ତ୍ତିମାନ ସ୍ଥାପନ କରିଛି । ବକ୍ସିଂରେ ଭାରତ ଆଜି ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ମହିଳା ହକିରେ ବ୍ରୋଞ୍ଜ ପାଇଛି । ଆଜି ଦୁଇ ଭାରତୀୟ ବକ୍ସର ଦେଶକୁ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି । ପ୍ରଥମେ ନୀତୁ ଘଙ୍ଘାଲ୍ ଓ ପରେ ଅମିତ ପଙ୍ଘାଲ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୫୧ କେଜି ପୁରୁଷ ବର୍ଗରେ ଇଂଲଣ୍ଡର କିଆରନ ମ୍ୟାକଡୋନାଲ୍ଡଙ୍କୁ ପରାସ୍ତ କରି ଗୋଲ୍ଡ ମେଡାଲ ହାତେଇଛନ୍ତି । ୫ ଫୁଟ ଦୁଇ ଇ ଉଚ୍ଚତାର ଅମିତ ହରିୟାଣା ରୋହତକର ଏକ କୃଷକ ପରିବାରରୁ ଆସିଛନ୍ତି । ଏହା ପୂର୍ବରୁ ବକ୍ସିଂରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେନୀତୁ । ୪୮ କେଜି ମିନିମମ ୱେଟ୍ ବର୍ଗରେ ନୀତୁ ଘଙ୍ଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ସେହିପରି,ଭାରତୀୟ ମହିଳା ହକି ଟିମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ପୂର୍ବତନ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ସୁଟଆଉଟରେ ୨-୧ରେ ପରାସ୍ତ କରିଛି ଭାରତୀୟ ଟିମ । ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଏହା ମହିଳା ହକି ଟିମର ତୃତୀୟ ପଦକ । ଏହା ପୂର୍ବରୁ ଭାରତ ୨୦୦୨ରେ ସ୍ୱର୍ଣ୍ଣ ଜିତିଥିଲା । ଏହାପରେ ଭାରତୀୟ ଟିମ ରୌପ୍ୟ ପଦକ ଜିତିଥିଲା । ବର୍ତ୍ତମାନର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ୪୧ତମ ପଦକ ।
Sign in
Sign in
Recover your password.
A password will be e-mailed to you.
Next Post