ଭୂ-ସର୍ବେକ୍ଷଣ ଉପଗ୍ରହ ଉତକ୍ଷେପଣ ଫେଲ୍‌

0 70

ହାଇଦ୍ରାବାଦ: ଇସ୍ରୋ ଦ୍ୱାରା ନବ ନିର୍ମିତ ସାଟେଲାଇଟ୍‌ ଲଞ୍ଚ ଭେହିକିଲ୍‌ ଏସଏସଏଲଭି-ଡି୧ ଦ୍ୱାରା ପ୍ରଥମ ଉତକ୍ଷେପଣ ବିଫଳ ହୋଇଛି । ଏସଏସଏଲଭି-ଡି୧ ଦ୍ୱାରା ମହାକାଶକୁ ଛଡ଼ାଯାଇଥିବା ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା ଭୂ-ସର୍ବେକ୍ଷଣ ଉପଗ୍ରହ ଦ୍ୱୟ ଆଉ କୌଣସି କାମରେ ଆସିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତ୍ରୁଟି ନିରୂପଣ ହୋଇସାରିଛି । ଏକ କମିଟି ଏହାର ତର୍ଜମା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଉତକ୍ଷେପଣ ବେଳେ ସବୁ ଠିକାଠାକ ଥିଲେ ବି ଏହା ଉପଯୁକ୍ତ କକ୍ଷପଥରେ ନ ରହି ଚେପଟା ସ୍ଥାନରେ ଅବସ୍ଥାନ କରିବାରୁ ସମସ୍ୟା ଉପୁଜିଲା ବୋଲି କୁହାଯାଇଛି । ଅନୁଧ୍ୟାନ ପରେ ଏହାର ପରବତ୍ତୀ ପରୀକ୍ଷଣ କରାଯିବ । ତ୍ରୁଟିକୁ ଆଧାର କରି ଉତକ୍ଷେପଣ ପାଇଁ ପଦକ୍ଷେପ ନିଆଯିବ । କ୍ଷୁଦ୍ର ସାଟେଲାଇଟ୍‌ ଛାଡ଼ିବା ଲାଗି ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଏସଏସଏଲଭିର ବିକଶିତ କରାଯାଇଥିଲା । ଏହାପରେ ଆଜି ପ୍ରଥମ ଥର ପାଇଁ ଏଥିରେ ୨ଟି କ୍ଷୁଦ୍ର ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଥିଲା । ଉତକ୍ଷେପଣ ବେଳେ ସବୁ ଠିକ୍‌ ଥିଲେ ବି ମହାକାସରେ ପହଞ୍ଚିବାବେଳେ ଏହା ଏକ ଅସ୍ଥିର କକ୍ଷପଥରେ ଅବସ୍ଥାନ କରିଥିଲା ବୋଲି କୁହାଯାଇଛି । ରକେଟର ଶେଷ ପର୍ଯ୍ୟାୟରେ ତ୍ରୁଟି ଯୋଗୁଁ ଏପରି ହୋଇଥିବା ଅନୁମାନ କରାୟାଉଛି । ଆଜି ସକାଳ ୯ଟା ୧୮ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏସଏସଏଲଭି ଦ୍ୱାରା ୨ଟି ସାଟେଲାଇଟ୍‌ ମହାକାଶକୁ ଛଡ଼ା ଯାଇଥିଲା । ଗୋଟିଏ ଆର୍ଥ ଅବଜରଭେସନ ସାଟାଇଲାଇଟ୍‌ ହୋଇଥିବାବେଳେ ଅନ୍ୟଟି ଆଜାଦିସାଟ୍‌ । ଆଜାଦିସାଟକୁ ୭୫ଟି ବିଦ୍ୟାଳୟର ୭୫୦ ଜଣ ଛାତ୍ରୀ ନିର୍ମାଣ କରିଥିଲେ । ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏହି ସାଟେଲାଇଟ୍‌ ନିର୍ମାଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eleven + 14 =