ମେଣ୍ଟ ଭଙ୍ଗ ନେଇ ବିଜେପିର ପ୍ରତିକ୍ରିୟା : ଜନତା ଉଚିତ୍‌ ଶିକ୍ଷା ଦେବେ

0 118

ପାଟାନା: ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, “ଯେଉଁମାନେ ଏଭଳି କରିଛନ୍ତି,ଯେଉଁମାନେ ନିଜ ସହଯୋଗୀ ଦଳକୁ ଧୋକା ଦେଇଛନ୍ତି । ସେମାନଙ୍କୁ ଜନସାଧାରଣ ଉଚିତ ଶିକ୍ଷା ଦେବେ ।”ନୀତୀଶଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ଦେଇ ବିହାର ବିଜେପି ମୁଖ୍ୟ ସଞ୍ଜୟ ଜୈସୱାଲ କହିଛନ୍ତି, “ଆମେ ଜେଡିୟୁ ଏବଂ ବିଜେପି ୨୦୨୦ ବିଧାନସଭା ନିର୍ବାଚନରେ ଏକାଠି ନିର୍ବାଚନ ଲଢିଥିଲା । ଏହି ନିର୍ବାଚନରେ ବିହାରବାସୀ ବିଜେପିକୁ ଜେଡିୟୁ ଅପେକ୍ଷା ଅଧିକ ଭୋଟ ଦେବା ସହ ବିଜେପିକୁ ସରକାର ଗଢିବାର ସୁଯୋଗ ଦେଇଥିଲେ । ଆମେ ଅଧିକ ଆସନ ଜିତିଥିଲେ ବି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଆଜି ନୀତୀଶ ଏଭଳି ନିଷ୍ପତ୍ତି ନେଇ ବିହାରବାସୀ ଏବଂ ବିଜେପି ସହ ବିଶ୍ୱାସଘାତକତା କରିଛି । ” ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ବିଜେପି ନିଜର ଗଠବନ୍ଧନ ଧର୍ମ ନିଭାଇଛି । ହେଲେ ନୀତୀଶ ଏଭଳି ନକରି ମେଣ୍ଟ ଭାଙ୍ଗିଛନ୍ତି । ଏପରିକି ଯେତେବେଳେ ଆମର ୬୩ଜଣ ବିଧାୟକ ଥିଲେ ଏବଂ ତାଙ୍କର ୩୬ଜଣ ବିଧାୟକ ଥିଲେ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଆଜି ନୀତୀଶ ଆମକୁ ଧୋକା ଦେଇ ମେଣ୍ଟ ଭାଙ୍ଗିଛନ୍ତି । ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶଙ୍କର ଆକାଂକ୍ଷା ତାଙ୍କୁ ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କଲା ବୋଲି ସେ କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

5 + 19 =