କଂଗ୍ରେସକୁ କେବେ ବି ଲୋକେ ବିଶ୍ୱାସ କରିବେ ନାହିଁ : ମୋଦୀ

0 81

ନୂଆଦିଲ୍ଲୀ: ଯେତେ କଳାଯାଦୁ କଲେ ବି ଲୋକେ କଂଗ୍ରେସକୁ ବିଶ୍ୱାସ କରିବେନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପାନିପତରେ ୯୦୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦ୍ୱିତୀୟ ପିଢିର (୨ଜି) ଇଥାନଲ ପ୍ଲାଣ୍ଟକୁ ଉଦଘାଟନ କରିବା ସମୟରେ ଏଭଳି କହିଛନ୍ତି । ଗତ କିଛି ଦିନ ହେଲାଣି ବିରୋଧୀ ଦଳ କଂଗ୍ରେସ କଳା ପୋଷାକ ପିନ୍ଧି କ୍ଷମତାରେ ଥିବା ସରକାରଙ୍କ ବିରୋଧ କରୁଥିବାରୁ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ । କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶରେ କିଛି ଏଭଳି ଲୋକ ଅଛନ୍ତି, ଯେଉଁମାନେ ନକାରାତ୍ମକତାର ଘୂର୍ଣ୍ଣିବଳୟ ଭିତରେ ଫସି ରହିବା ସହ ନିରାଶାରେ ବୁଡି ରହିଛନ୍ତି । ସରକାରଙ୍କ ବିରୋଧରେ ଅନେକ ମିଥ୍ୟା କହିବା ପରେ ମଧ୍ୟ ଜନସାଧାରଣ ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ଏହିପରି ନିରାଶା ମଧ୍ୟରେ ବିରୋଧୀ କଂଗ୍ରେସ ବର୍ତ୍ତମାନ କଳା ଯାଦୁ ଆଡକୁ ମୁହାଁଇଥିବାର ଦେଖାଯାଉଛି । ଆମେ ଅଗଷ୍ଟ ୫ରେ ଦେଖିଲୁ ଯେ, କିପରି କଂଗ୍ରେସ କଳା ଯାଦୁ ବିସ୍ତାର କରିବାର ପ୍ରୟାସ କଲା । ସେମାନେ ଭାବୁଛନ୍ତି ଯେ କଳା ପୋଷାକ ପିନ୍ଧିବା ଦ୍ୱାରା ସେମାନଙ୍କର ନିରାଶାର ସମୟ ଶେଷ ହୋଇଯିବ । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ଯେତେ କଳା ଯାଦୁ କଲେ ବି ଜନସାଧାରଣ ସେମାନଙ୍କୁ ଆଉ କେବେ ବି ବିଶ୍ୱାସ କରିବେ ନାହିଁ । ବିରୋଧୀମାନେ ମାଗଣାରେ ବିଭିନ୍ନ ସୁବିଧା ଯୋଗାଉଥିବା ସଂସ୍କୃତି ଉପରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଯଦି ରାଜନୀତିରେ ସ୍ୱାର୍ଥ ଥାଏ, ତେବେ କେହି ବି ଆସି ମାଗଣାରେ ପେଟ୍ରୋଲ ଏବଂ ଡିଜେଲ ଦେବାକୁ ଘୋଷଣା କରିଦେବ । ହେଲେ ଏହିପରି ପଦକ୍ଷେପ ଆମ ପିଲାମାନଙ୍କଠାରୁ ସେମାନଙ୍କର ଅଧିକାର ଛଡ଼ାଇ ନେବ । ଏଭଳି ମାଗଣା ନୀତି ଦେଶକୁ ଆତ୍ମନିର୍ଭରଶୀଳ କରିବ ନାହିଁ ।

hiranchal ad1
Leave A Reply

Your email address will not be published.

seven + eighteen =