ପୂର୍ବତନ ଟ୍ରେଜେରୀ ଆକାଉଣ୍ଟାଣ୍ଟଙ୍କୁ ୩ ବର୍ଷ ଜେଲ ଓ ଜରିମାନା

0 140

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସନ୍ତୋଷ କୁମାର ଜେନା ଏକ ଲାଞ୍ଚ ମାମଲାର ବିଚାର କରି ପୂର୍ବତନ ବୌଦ୍ଧ ଜିଲ୍ଲା ଟ୍ରେଜେରୀ ଆକାଉଣ୍ଟାଣ୍ଟ ଓ ବର୍ତ୍ତମାନର ସବ ଟ୍ରେଜେରୀ ଅଫିସ ବାଲିଗୁଡାରେ କାର୍ଯ୍ୟରତ ନାରାୟଣ ମଲ୍ଲିକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକା ୩ ମାସ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମଲିକ ବୌଦ୍ଧରେ ଥିବାବେଳେ ଜଣେ କର୍ମଚାରୀଙ୍କ ଅନ ୟୁଟିଲାଇଜିଡ ସାଲାରୀ ବିଲ କରିବା ପାଇଁ ୧୯/୧୦/୨୦୧୯ ତାରିଖ ଦିନ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଅଧିକାରୀମାନେ ମଲିକଙ୍କୁ ଗିରଫ କରିବାସହ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲେ । ଏ ନେଇ ଭିଜିଲାନ୍ସ ବିଭାଗ ୨୮/୧୯ରେ ମାମଲାରୁଜୁ କରିଥିଲେ । ଗୁରୁବାର ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି । ଉକ୍ତ ମକଦ୍ଦମାକୁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ଭି.ଭି.ରାମଦାସ ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

nineteen − fourteen =