ବାଲିଗୁଡ଼ା ତହସିଲ କାର୍ଯ୍ୟାଳୟରେ ସହାୟତା ପାଇଁ ବିପନ୍ନଙ୍କ ପ୍ରବଳ ଭିଡ଼

0 205

ବାଲିଗୁଡ଼ା: ସାରା ରାଜ୍ୟରେ ବର୍ଷା ବିତ୍ପାତ ଚାଲିଥିବା ବେଳେ ଆକାଶ ମାର୍ଗରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ସବୁ ଜିଲ୍ଲା ପ୍ରଶାସନକୁ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଆଜି ବାଲିଗୁଡ଼ା ତହସିଲ କାର୍ଯ୍ୟାଳୟରେ ସହାୟତା ପାଇଁ ବାଲିଗୁଡ଼ା ବ୍ଲକର ୧୪ ଗୋଟି ପଞ୍ଚାୟତର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ବର୍ଷାରେ କ୍ଷତି ଘଟିଥିବା ଲୋକଙ୍କୁ ତହସିଲ ପକ୍ଷରୁ ପାଲ ଯୋଗାଇ ଦିଆଯାଉଥିବା ଖବର ପାଇ ତହସିଲ କାର୍ଯ୍ୟାଳୟରେ ଭିଡ଼ ଜମାଇଥିଲେ ଶତାଧିକ ଅଞ୍ଚଳବାସୀ । ଅନ୍ୟପଟେ ବର୍ଷାରେ କ୍ଷତି ଘଟିଥିବା ଘର ପାଇଁ ପାଲ ସହ ଚାଷର କ୍ଷତି ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ ।

hiranchal ad1
Leave A Reply

Your email address will not be published.

17 − 6 =