ଆସ୍ଥା ଭୋଟ୍‌ ଜିତିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0 327

ନୂଆଦିଲ୍ଲୀ: ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୃରବିନ୍ଦ କେଜ୍ରିୱାଲ । ଆସ୍ଥା ଭୋଟ୍‌ ଜିତିଲେ ଆପ୍‌ ସରକାର । ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଆସ୍ଥା ଭୋଟରେ ବାଜିମାତ କରିଛନ୍ତି । ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ଆପ୍‌ ସପକ୍ଷରେ ମତ ସାବ୍ୟସ୍ତ କରିଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଅଛନ୍ତି । ବିରୋଧୀ ବିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି । ଦିଲ୍ଲୀ ବିଧାନସଭାରେ ନିଜେ କେଜ୍ରିୱାଲ ଆସ୍ଥା ଭୋଟର ପ୍ରସ୍ତାବ ଆଣିଥିଲେ । ଦିଲ୍ଲୀରେ ବିଜେପି ଆପ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ କେଜ୍ରିୱାଲ । ଆପ ବିଧାୟକଙ୍କୁ ନିଜ ସପକ୍ଷରେ ନେବାକୁ ବିଫଳ ହୋଇଥିବା ବିଜେପି ଅପରେଶନ ଲୋଟସ ଆରମ୍ଭ କରିଥିଲା । କିନ୍ତୁ ବିଜେପିର ସେଇ ଯୋଜନା ବିଫଳ ହେବ ବୋଲି କେଜ୍ରିୱାଲ କହିଥିଲେ । ଏଣୁ ବିଧାନସଭାରେ ନିଜ ଦମ ଦେଖାଇବାକୁ କେଜ୍ରିୱାଲ ଆହ୍ୱାନ କରିଥିଲେ । ଏଥିପାଇଁ ନିଜେ କେଜ୍ରିୱାଲ ନିଜ ସରକାର ବିରୋଧରେ ଅନାସ୍ଥା ଭୋଟ୍‌ ପ୍ରସ୍ତାବ ଆଣିଥିଲେ । ଯେଉଁଥିରେ ଆପ ସରକାର ପୁଣି ଥରେ ନିଜର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିଛି । କେଜ୍ରିୱାଲ କହିଛନ୍ତି ଯେ, ବିଜେପି ଆପ୍‌ର ଜଣେ ବି ବିଧାୟକଙ୍କୁ କିଣିବାରେ ସଫଳ ହୋଇପାରି ନାହିଁ । ଆପ ପାଖରେ ୬୨ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟାରୁ ୨ ଜଣ ଏବେ ଦେଶ ବାହାରେ ଥିବା ବେଳେ ଜଣେ ଜେଲରେ ଅଛନ୍ତି । ଚତୁର୍ଥ ଜଣକ ହେଉଛନ୍ତି ବାଚସ୍ପତି ।

hiranchal ad1
Leave A Reply

Your email address will not be published.

thirteen − four =