ସମ୍ବଳପୁର : ପବିତ୍ର କାର୍ତ୍ତିକ ମାସରେ ଶ୍ରୀ କ୍ଷେତ୍ର ପୁରୀରେ ରାଈଦାମୋଦର ବ୍ରତ ପାଳନ କରାଯାଏ । ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ହବିଷ୍ୟାଳୀ ମାନଙ୍କର ରହଣୀ, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ସହାୟତା କରାଯାଇଥାଏ । ପୁରୀରେ ହବିଷ୍ୟାଳୀ ବ୍ରତ ପାଳନ କରିବା ନିମନ୍ତେ ସମ୍ବଲପୁର ଜିଲ୍ଲାର ଆଗ୍ରହୀ ମା ମାନେ ଚଳିତ ସେପ୍ଟେମ୍ବର ୧୩ ତାରିଖରୁ ସେପ୍ଟେମ୍ବର ୨୯ତାରିଖ ୨୦୨୨ ମଧ୍ୟରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସମ୍ବଲପୁରଙ୍କ କାର୍ଯ୍ୟାଳୟ ଠାରେ ନିର୍ଦ୍ଧାରିତ ଫର୍ମରେ ପଇଠ କରିବା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ ।