ଉଡ଼ାଣ ପୂର୍ବରୁ ବିମାନରେ ଲାଗିଗଲା ନିଆଁ

0 39

ନୂଆଦିଲ୍ଲୀ: ଆଜି ଏକ ବିମାନ ଉଡ଼ାଣ ପୂର୍ବରୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ । ମସ୍କଟରୁ କୋଚିନ ଆସିବାକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଘଟିଛି । ଧୂଆଁ ବାହାରିବା ପରେ ବିମାନ ଉଡାଣ ବାତିଲ କରାଯାଇଛି । ଉଡାଣ ୩ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ବିମାନ ଭିତରେ ସମସ୍ତ ଯାତ୍ରୀ ମଧ୍ୟ ବସି ଯାଇଥିଲେ । ତେବେ ହଠାତ୍‌ ପଛ ପଟ ବିମାନ ଦ୍ୱାରରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଳା । ଏହି ଦୁର୍ଘଟଣା ବେଳେ ବିମାନ ଭିତରେ ୧୪୭ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ । ଯାତ୍ରୀଙ୍କ ମଧ୍ୟରେ ୪ ଜଣ ନବଜାତ ଶିଶୁ ଥିଲେ । ତେବେ ଏସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନ ଭିତରୁ ଉଦ୍ଧାର କରାଯାଇ ଟର୍ମିନାଲ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି ।

hiranchal ad1
Leave A Reply

Your email address will not be published.

four + 17 =