ଲିଫ୍ଟ ଭୁଶୁଡ଼ି ୮ ଶ୍ରମିକ ମୃତ

0 44

ଅହମ୍ମଦାବାଦ : ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳେ ଏଠାରେ କୋଠାର କାମ ଚାଲୁଥିବା ବେଳେ ଶ୍ରମିକମାନେ ଲିଫ୍ଟ ସହାୟତାରେ କିଛି ଜିନିଷ ଉପରକୁ ନେଇ ଯାଉଥିଲେ । ହେଲେ ଲିଫ୍ଟଟି ୭ ତାଲାରେ ପହଂଚିବା ବେଳେ ହଠାତ ଭାଙ୍ଗି ଯାଇଥିଲା । ଫଳରେ ଲିଫ୍ଟରେ ଥିବା ସମସ୍ତ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହି କୋଠାଟି ଗୁଜରାଟ ୟୂୁନିଭରସିଟି ନିକଟରେ ନିର୍ମାଣ ହେଉଛି ଓ ଏହାର ନାମ ଏମ୍ପାୟାର-୨ । ଭାଙ୍ଗିଯାଇଥିବା ଲିଫ୍ଟଟି କେବଳ ନିର୍ମାଣ ଜିନିଷ ନେବା ଆଣିବାକୁ ତିଆରି କରାଯାଇଥିଲା । ଏନେଇ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଓ ଲୋକଙ୍କ ସହାୟତାରେ ମୃତକମାନଙ୍କୁ ବାହାରକୁ କଢାଯାଇଛି ।

hiranchal ad1
Leave A Reply

Your email address will not be published.

19 − nine =