ଭାରତ ଯୋଡେ଼ା ସମୟରେ କଂଗ୍ରେସକୁ ଶକ୍ତ ଝଟ୍‌କା :
ହାତ ଛାଡ଼ି ପଦ୍ମ ଧରିଲେ ୮ ବିଧାୟକ

0 67

ପାଣାଜୀ,୧୪/୯ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସର ସ୍ଥିତି ଦିନକୁ ଦିନ ଆହୁରି ଶୋଚନୀୟ ହେବାରେ ଲାଗିଛି । ଏକଦା ବହୁ ବର୍ଷ ଧରି ଦଳ ଅଧାରୁ ଅଧିକ ରାଜ୍ୟରେ ଶାସନ କରୁଥିଲା ବେଳେ ଆଜି ଏହା ହାତ ଗଣତି ରାଜ୍ୟରେ ସରକାରରେ ଅଛି । ଦୃଢ ନେତୃତ୍ୱର ଅଭାବ,ଅନ୍ତଃକନ୍ଦଳ ଓ କ୍ଷମତା ଜାବୁଡ଼ି ଧରିବାର ବିକଳ ସଂଘର୍ଷ ଯୋଗୁ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହାର ସ୍ଥିତି ଭୁଶୁଡ଼ି ପଡ଼ିଲାଣି । ଛତିଶଗଡ଼ ଓ ରାଜସ୍ଥାନରେ କନ୍ଦଳ ତୁଟି ନଥିବା ଏବେ ଗୋଆରେ ଦଳ ଚରମ ସଙ୍କଟର ସମ୍ମୁଖୀନ ହୋଇଛି । କଂଗେସର ୮ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡେ଼ା ଯାତ୍ରା ଚାଲିଥିବା ବେଳେ ଏଭଳି ଘଟଣା ଘଟିଛି । ଏହା ଦଳ ପାଇଁ ବଡ଼ ଝଟକା ହୋଇଛି । ଏ ଘଟଣା ପରେ ରାଜ୍ୟ ବିଧାନ ସଭାରେ ଦଳର ସଦସ୍ୟ ସଂଖ୍ୟା ୧୧ରୁ ୩କୁ ଖସି ଆସିଛି । ବିଧାନ ସଭାର ମୋଟ ସଦସ୍ୟ ସଂଖ୍ୟା ୪୦ । ଏବେ ବିଜେପି ଶାସନ କ୍ଷମତାରେ ଅଛି । ଏହି କଂଗ୍ରେସର ସ୍ଥିତିକୁ ନଗଣ୍ୟ କରିଥିବା ବେଳେ ବିଜେପିର ଶକ୍ତି ବୃଦ୍ଧି କରିଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ବିଧାୟକ ଦିଗମ୍ବର କାମତ,ମାଇକେଲ ଲୋବୋ,ଦେଲିଲା ଲୋବେ,ରାଜେଶ ଫଲଦେସାଇ,କେନାର ନାଏକ,ସଂକଳ୍ପ ଅମୋନକର,ଅଲେକ୍‌ସୋ ସିକେରା ଓ ରୁଡୋଲ୍ଡ ଫର୍ଣ୍ଣାଣ୍ଡିଜ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଏହି ସମସ୍ତ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେପି ଦଳରେ ମିଶିଛନ୍ତି । ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ ।

hiranchal ad1
Leave A Reply

Your email address will not be published.

17 − thirteen =