ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦୋଳାରେ ବୁହାହେଲେ ଗର୍ଭବତୀ

0 71

ପାରଳାଖେମୁଣ୍ଡି : ପୁଣି ଥରେ ଜନନୀ ସୁରକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଗର୍ଭବତୀ ମହିଳା ଦୋଳାରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ । ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ବୋହିକି ନେଲେ ସ୍ଥାନୀୟ ବାସିନ୍ଦା । ଗାଁ କୁ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇ ପାରି ନ ଥିଲା । ତେବେ ଏହିପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ ପଞ୍ଚାୟତ କୁମୁଟି ପଂକାଳ ଗ୍ରାମରେ । ସୂଚନାନୁସାରେ ସେହି ଗ୍ରାମରେ ପ୍ରାୟ ୨୫ ରୁ ୩୦ ପରିବାର ବସବାସ କରୁଥିବା ବେଳେ ସେଠାରେ ସରକାରଙ୍କ ଦ୍ୱାରା କୌଣସି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ବିଜୁଳି ହେଉ କି ଅବା ପାନୀୟ ଜଳ କଥା ହେଉ,ରାସ୍ତା ଘାଟ କଥା ନ କହିବା ଭଲ । ଅନେକ ଥର ଅଭିଯୋଗ ସତ୍ତେ୍ୱ ମଧ୍ୟ କିଛି ସେମାନେ ସୁବିଧା ପାଇ ପାରି ନାହାଁନ୍ତି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନର ଶୁଭ ଦୃଷ୍ଟି ପଡିଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

seven + 1 =