ସପରିବାର ସହ ଏସପିଙ୍କ ଦ୍ୱାରସ୍ଥ ହେଲେ ଗୃହରକ୍ଷୀ

0 297

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଆଇଆଇସି ଧୀରଜ ଲେଙ୍କାଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କୋଟଗଡ଼ ଆଇଆଇସି ଧୀରଜ ଲେଙ୍କା ଏକ ଅଭିଯୋଗର ବିଚାରାଧୀନରେ ବିବ୍ରତ ହୋଇ ମଦ୍ୟପାନ କରିଥିଲେ । ସେହିଦିନ ଗୃହରକ୍ଷୀ କବିଚନ୍ଦ୍ର ନାୟକଙ୍କୁ ଦିବ୍ୟାଙ୍ଗ କହିବା ସହ କୁକୁର ଜଗିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ କବିଚନ୍ଦ୍ର ନାୟକ କୁକୁର ଜଗିବାକୁ ମନା କରିଦେବାରୁ ବାବୁଜଣଙ୍କ ପ୍ଲାଷ୍ଟିକ ବାଡ଼ିରେ ତାଙ୍କୁ ପିଟିଥିଲେ । ଜୀବନରୁ ମାରିଦେବା ପାଇଁ ଧମକ ଦେବାକୁ ମଧ୍ୟ ପଛାଇନଥିଲେ ।
ବାବୁଙ୍କ ରାଗ କେବଳ ଏତିକିରେ ସରିନଥିଲା ପରଦିନ ସକାଳୁ କବିଚନ୍ଦ୍ର ନାୟକଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଧମକ ଦେଇଥିଲେ । ଏହାପରେ କବିଚନ୍ଦ୍ର ନାୟକ ଏସପି ଭିନିତ୍‌ ଅଗ୍ରୱାଲଙ୍କୁ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ତର୍ଜମା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶ୍ୱସନା ଦେଇଛନ୍ତି ଏସପି । ଯଦି ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି କବିଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 8 =