ସଞ୍ଜୁଙ୍କ ପାଇଁ ଖୁସି ଖବର, ଏହି ଟିମର ଅଧିନାୟକ ହେଲେ

0 53

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ ଏ ଦଳ ଭାରତ ଗସ୍ତରେ ଅଛି । ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ସେପ୍ଟେମ୍ବର ୨୨ ରୁ ଖେଳାଯିବ । ଏହି ସିରିଜ୍‌ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା କରାଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଦ୍ୱାରା ଏହି ଦଳ ଚୟନ କରାଯାଇଛି ଏବଂ ଏହାର ଅଧିନାୟକତ୍ୱ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି । ସଞ୍ଜୁଙ୍କ ପାଇଁ ଏହା ଏକ ଖୁସି ଖବରଠାରୁ କମ୍‌ ନୁହେଁ, ଯିଏ ଟି -୨୦ ବିଶ୍ୱକପ୍‌ ଦଳରେ ସାମିଲ ହୋଇନାହାନ୍ତି ।
୨୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ସିରିଜର ସମସ୍ତ ମ୍ୟାଚ୍‌ ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ୍‌ ୨୨, ଦ୍ୱିତୀୟ ମ୍ୟାଚ୍‌ ୨୫ ଏବଂ ତୃତୀୟ ମ୍ୟାଚ୍‌ ୨୭ ସେପ୍ଟେମ୍ବରରେ ଖେଳାଯିବ । ଇଣ୍ଡିଆ ଏ ଦଳରେ ପୃଥ୍ୱୀ ସୋ, ରିତୁରାଜ ଗାଇକୱାଡ, କୁଲଦୀପ ଯାଦବ, ନବଦୀପ ସାଇନି, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର ଏବଂ ସଞ୍ଜୁ ସାମସନ ଭଳି ବଡ ନାମ ଅନ୍ତର୍ଭୁକ୍ତ ।
ଇଣ୍ଡିଆ ଏ ଦଳ
ପୃଥ୍ୱୀ ସୋ, ଅଭିମନ୍ୟୁ ଈଶ୍ୱରମ, ରିତୁରାଜ ଗାଇକୱାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ (କ୍ୟାପଟେନ), କେ.ଏସ୍‌ ଭରତ, କୁଲଦୀପ ଯାଦବ, ଶାହାବାଜ ନାଦିମ, ରାହୁଲ ଚହର, ତିଲକ ବର୍ମା, କୁଲଦୀପ ସେନ, ଶର୍ଦ୍ଦୁଲ ଠାକୁର, ଉମରାନ ମଲିକ, ରାଜା ଅଙ୍ଗଦ ବାବା ।

hiranchal ad1
Leave A Reply

Your email address will not be published.

1 × 1 =