ବାତିଲ ହୋଇପାରେ ପୁରୀରେ ହେବାକୁ ଥିବା ଏୟାର ସୋ, ଆସନ୍ତାକାଲି ହେବ ଫୁଲଡ୍ରେସ ରିହରସଲ

0 90

ପୁରୀ : ଆସନ୍ତା ୧୮ ତାରିଖରେ ପୁରୀରେ ହେବାକୁଥିବା ସୂର୍ଯ୍ୟକିରଣ ଏୟାର ସୋ ବାତିଲ୍‌ ହେବାର ଆଶଙ୍କା ରହିଛି । ଖରାପ ପାଗ ରହିବା ସୂଚନା ଥିବାରୁ ଏହି ଏୟାର ସୋ ବାତିଲ୍‌ ହୋଇପାରେ । ତେବେ ଆସନ୍ତାକାଲି ଏହି ଏୟାର ସୋର ଫୁଲଡ୍ରେସ୍‌ ରିହରସଲ୍‌ କରାଯାଉଛି । ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ ଥିବା ଏହି ଏୟାର ସୋର ରିହରସଲକୁ ଦେଖିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିଛି । ପାଗ ଭଲ ରହିଲେ ଆସନ୍ତା ୧୮-ତାରିଖ ଦିନ ଏୟାର ସୋ କରାଯିବ । ଆଜି ଅତିରିକ୍ତ ଜିଲ୍ଲାପାଳ ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିବା ବେଳେ ସମସ୍ତ ଜନସାଧାରଣ ମାନେ ଏହି ସୋରେ ସାମିଲ ହେବାକୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − 7 =