ନ୍ୟାସନାଲ ଚାମ୍ପିଅନ୍‌ସିପ ଗେମ୍ସରେ ବିକାଶ ଛାତ୍ରଙ୍କ କୃତିତ୍ୱ

0 82

ଭବାନିପାଟଣା : ଜାତୀୟ ସ୍ତରରେ ଆୟୋଜିତ ନ୍ୟାସନାଲ ଚାମ୍ପିଅନ୍‌ସିପ ଗେମ ୧୦୦ ମିଟର ଦୌଡରେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଭବାନିପାଟଣା ବି.ବି.ଏ ପ୍ରଥମ ବର୍ଷର ଛାତ୍ର ଡି.ଏମ ଜୟରାମ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାର ଗୌରବ ହାସଲ କରି ରୌପ୍ୟ ପଦକ ବିଜେତା ହୋଇଛନ୍ତି । ଆଗାମୀ ଦିନରେ କଲମ୍ବିଆରେ ହେବାକୁ ଥିବା ଏସିଆ ୟୁଥ୍‌ ନ୍ୟାସନାଲ ଗେମ୍ସ ମିଡ-ରେଲି ରେସ୍‌ ଅଣ୍ଡର ୨୦ ପୁରୁଷ ବର୍ଗରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି । ସେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ପ୍ରଥମ ଶ୍ରେଣୀରୁ ପାଠପଢା ଆରମ୍ଭ କରି ବର୍ତ୍ତମାନ ବି. ବି.ଏର ଛାତ୍ର ଅଛନ୍ତି । ଏହି କୃତିତ୍ୱ ପାଇଁ ସେ ନିଜ ପିତାମାତା, ତଥା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଭବାନିପାଟଣାର ନିର୍ଦ୍ଦେଶକ, ମ୍ୟାନେଜମେଣ୍ଟ ମେମ୍ବର, ପ୍ରିନସିପାଲ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 4 =