ଜୟ ଜଗନ୍ନାଥ ମର୍ଣ୍ଣିଂ ୱାଲକର୍ସ କ୍ଲବ ତରଫରୁ ସଫେଇ କାର୍ଯ୍ୟକ୍ରମ

0 35

ଗଞ୍ଜାମ/ବ୍ରହ୍ମପୁର :ଜୟ ଜଗନ୍ନାଥ ମର୍ଣ୍ଣିଂ ୱାଲକର୍ସ କ୍ଲବ ତରଫରୁ ରବିବାର ଖଲ୍ଲିକୋଟ କଲେଜ ଖେଳ ପଡିଆ ସଫେଇ କରାଯାଇଛି । ସକାଳୁ ବହୁ ଖେଳାଳି ସହ ବିଭିନ୍ନ ବର୍ଗର ଜନସାଧାରଣ ଏହି ପଡିଆକୁ ମର୍ଣ୍ଣିଂ ୱାଲ୍କ ଓ ଖେଳିବାକୁ ଆସିଥାନ୍ତି । ଏହି ପଡ଼ିଆରେ ବିଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମ ହେଇଥିବା ବେଳେ ଅଳିଆ ଆବର୍ଜନା ସଫାକୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ଏଥିସହ ଖେଳ ପଡିଆରେ ଜରି, ନମକିନ ପେପର୍‌, ମଦ ବୋତଲ ଇତ୍ୟାଦି ପଡିଥାଏ । ବଡ଼ ଦୁଃଖର ବିଷୟ କଲେଜ କର୍ତ୍ତୃପକ୍ଷ କିମ୍ବା ମହାନଗର ନିଗମ ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜୟ ଜଗନ୍ନାଥ ମର୍ଣ୍ଣିଂ ୱାଲକର୍ସ କ୍ଲବ ତରଫରୁ ପ୍ରତ୍ୟେକ ମାସ ପଡିଆ ସଫେଇ କରାଯାଉଛି । ଆଜିର ସଫେଇ କାର୍ଯ୍ୟକ୍ରମରେ କ୍ଲବ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, କାର୍ଯକାରୀ ସଭାପତି କାମନା ପାଢ଼ୀ, ସମ୍ପାଦକ ନାଗେଶ୍ୱର ପୃଷ୍ଟି, କୋଷାଧ୍ୟକ୍ଷ ଡାକ୍ତର ସମୀର ନାୟକ, ଉପଦେଷ୍ଟା ରବିନ୍ଦ୍ର ପଣ୍ଡା, ରାମହରି ନାୟକ, ମଙ୍ଗୁଳୁ ପଣ୍ଡା, ଲଡୁ କିଶୋର ପାତ୍ର, ଆନନ୍ଦ ରଓ ପାତ୍ର, ସଭ୍ୟ ଡାକ୍ତର କିରଣ କୁମାର ପାଣିଗ୍ରାହି, ସୁଶାନ୍ତ ପାଢ଼ୀ, ରାମା ରାଓ, ଦୀପକ ପାଢ଼ୀ, ନିରଜ୍‌ ପାଢ଼ୀ, ସୁଜିତ ଭୂୟାଁ, ବସନ୍ତ କର, ଶଙ୍କର ସାହୁ, ବଙ୍ଗାଳୀ ଦାଦା, ମହେଶ୍ୱର ପ୍ରସାଦ ଶ୍ୱରଙ୍କ ସମେତ କ୍ଲବର ବହୁ ସଦସ୍ୟ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 + 7 =