ଦାଣ୍ଡରେ ପଡି ହାଟରେ ଗଡୁଛି ଦଶପଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ

0 641

ଦଶପଲ୍ଲା : ମହୀପୁର ବସଷ୍ଟାଣ୍ଡ ହେଲା ରଣକ୍ଷେତ୍ର । ଦାଣ୍ଡରେ ପଡି ହାଟରେ ଗଡିଲା ଦଶପଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ ବିଶ୍ୱକର୍ମା ପୂଜା ଅବସରରେ ଦଶପଲ୍ଲା ଅଂଚଳର ସମାଜସେବୀ ଶ୍ରୀହରି ନାୟକ ମଗରବନ୍ଧ ବିଶ୍ୱକର୍ମା ପୂଜାରେ ଯୋଗଦେଇ ଫେରୁଥିବାବେଳେ ବିଧାୟକଙ୍କ ଗୋଷ୍ଠୀର କିଛି ବ୍ୟକ୍ତିଙ୍କ ସହିତ ଶ୍ରୀହରି ନାୟକଙ୍କ ଗୋଷ୍ଠୀଙ୍କ ବଚସା ହୋଇଥିଲା । କିଛି ସମୟପରେ ଏହି ବଚସା ଗୋଷ୍ଠୀ ବିବାଦର ରୂପ ନେଇଥିଲା । ଫଳତଃ ଦୁଇଗୋଷ୍ଠୀ ମଧ୍ୟରେ ମାର୍‌ ପିଟ୍‌ ଆରମ୍ଭ ହୋଇଥିଲା । ଏହି ଗଣ୍ଡଗୋଳରେ ଦୁଇପକ୍ଷର ୭ ଜଣରୁ ଅଧିକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଆହତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଦୁଇପକ୍ଷ ନୂଆଗାଁ ଥାନାରେ ଦୁଇଟି ଏତେଲା ଦେଇଥିବାବେଳେ ବର୍ତ୍ତମାନ ସୁଦ୍ଧା ନୂଆଗାଁ ଥାନା ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

twenty − 4 =