ଚଣ୍ଡିଗଡରେ ପହଞ୍ଚିଲେ ଉମେଶ ଯାଦବ, ୪୩ ମାସ ପରେ ଖେଳିପାରନ୍ତି ଟି-୨୦ ମ୍ୟାଚ୍‌

0 48

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଛି । ଯାଦାବ ରବିବାର ସକାଳ ୭ ଟାରେ ଚଣ୍ଡିଗଡ଼ ବିମାନବନ୍ଦରରେ ଅବତରଣ କରି ସିଧା ସଳଖ ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ ଯେଉଁଠାରେ ବାକି ଭାରତୀୟ ଖେଳାଳି ରହିଛନ୍ତି ।
ଯେଉଁ ହିସାବରେ ଉମେଶ ଚଣ୍ଡିଗଡ ପହଞ୍ଚିଛନ୍ତି, ଆଶା କରାଯାଉଛି ଯେ, ମଙ୍ଗଳବାର ମୋହାଲିରେ ଅନୁଷ୍ଠିତ ହେବାକୁ ଥିବା ସିରିଜର ପ୍ରଥମ ମ୍ୟାଚ୍‌ରେ ସେ ଖେଳିପାରନ୍ତି ବୋଲି ଜଣାପଡିଛି । ଯଦି ଉମେଶ ପ୍ରଥମ ଟି -୨୦ ମ୍ୟାଚ୍‌ ପାଇଁ ଭାରତର ଏକାଦଶ ଖେଳିବାକୁ ଯାଉଛନ୍ତି, ତେବେ ୪୩ ମାସ ପରେ ତାଙ୍କୁ ଭାରତ ପାଇଁ ବ୍ଲୁ ଜର୍ସିରେ ଦେଖିବାକୁ ମିଳିବ । ସେ ଫେବୃଆରୀ ୨୦୧୯ ରେ ଶେଷ ଟି -୨୦ ମ୍ୟାଚ୍‌ ଖେଳିଥିଲେ ।
ଯଦିଓ ଉମେଶ ଯାଦବ ଦୀର୍ଘ ଦିନ ଧରି ଭାରତର ସୀମିତ ଓଭର ଦଳରୁ ବାହାରେ ଥିଲେ ମଧ୍ୟ ଏହାର ଅର୍ଥ ନୁହେଁ ଯେ ସେ ସୀମିତ ଓଭର କ୍ରିକେଟରେ ଭଲ ଖେଳୁନଥିଲେ । ବାସ୍ତବରେ, ଏହି ସିଜିନର ଆଇପିଏଲରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସେ ଶକ୍ତିଶାଳୀ ବୋଲିଂ କରି ମୋଟ ୧୬ ୱିକେଟ୍‌ ନେଇଥିଲେ । ପାୱାରପ୍ଲେରେ ଉମେଶ ଯାଦବ ସାଂଘାତିକ ବୋଲର ଭାବରେ ଉଭା ହୋଇଥିଲେ ।
ତେବେ କିଛି ସମୟ ପୂର୍ବରୁ ଉମେଶ ଯାଦବ ଆହତ ହୋଇ ଜାତୀୟ କ୍ରିକେଟ୍‌ ଏକାଡେମୀରେ ପୁନଃ ଥଇଥାନ ପ୍ରକ୍ରିୟା ଜାରି ରଖିଥିଲେ । ଏହି କାରଣରୁ ସେ ଅଗଷ୍ଟରେ ଭାରତ ଫେରିଥିଲେ, ଯେହେତୁ ସେ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳୁଥିଲେ ଏବଂ ସୀମିତ ଓଭର ମ୍ୟାଚ୍‌ ଖେଳିବାକୁ ମଧ୍ୟ ଯାଇଥିଲେ, କିନ୍ତୁ ବର୍ତ୍ତମାନ ହଠାତ୍‌ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ଭାରତ ଏବଂ ଅଷ୍ର୍ଟ୍ରେଲିଆ ମଧ୍ୟରେ ଟି -୨୦ ସିରିଜ୍‌ ୨୦ସେପ୍ଟମ୍ବରରୁ ଆରମ୍ଭ ହେଉଛି ।

hiranchal ad1
Leave A Reply

Your email address will not be published.

one + 8 =